banner
Breaking

ନୀଳାଦ୍ରି ବିହାର ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

0

ଭୁବନେଶ୍ୱର,୨୬/୧(ଓଡ଼ିଆ ନ୍ୟୁଜ) ନୀଳାଦ୍ରି ବିହାର ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଙ୍ଘର ସଭାପତି ସାଧୁ ଚରଣ ସାମନ୍ତରାୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀତ ଅତିଥି ରୂପେ କାର୍ଯ୍ୟକାରୀ ସଭାପତି ତଥା ସମାଜସେବୀ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ , ଷ୍ଟେଟବ୍ୟାଙ୍କ ଏସଟି,ଏସସି ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ ବ°ଶୀଧର ସେଠୀ, ବିଛୁଆତିର ସମ୍ପାଦକ ଅଜୟ କୁମାର ମଲ୍ଲିକ, ବରିଷ୍ଠ ନାଗରିକ ପିତାମ୍ବର ବେହେରା ପ୍ରମୁଖ ଯୋଗଦେଇ ସାଧାରଣତନ୍ତ୍ର ଦିବସର ମହତ୍ତ୍ଵ ଉପରେ ଅଭିଭାଷଣ ରଖିଥିଲେ। ସଙ୍ଘର ସମ୍ପାଦକ ଯୋଗେଶ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସୁଶାନ୍ତ ଲେଙ୍କା, ସୁଶାନ୍ତ ନାୟକ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବଳ୍ପ ସ°କ୍ଷକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.