banner
Breaking

ପୁର୍ବତନ କର୍ପୋରେଟର ରଞ୍ଜନ ଜେନାଙ୍କ ଜୟନ୍ତୀ ପାଳିତ

0

ଭୁବନେଶ୍ୱର : ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ବାପା ମା’ଙ୍କ ଠାରୁ ଆତ୍ମୀୟ ସ୍ୱଜନ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାରର ଚେଷ୍ଟା କରିଥାନ୍ତି । ପିଲାଙ୍କ ମୁହଁରେ ହସ ଫୁଟିଲେ ସମସ୍ତଙ୍କର ମନ ପ୍ରଫୁଲ୍ଲିତ ହୋଇଉଠେ । ସମସ୍ତ ବାଧାବିଘ୍ନ ନିମିଶକ ମଧ୍ୟରେ ଦୂର ହୋଇଯାଏ । ତେଣୁ ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆମେ
ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ପିଲା ହସିଲେ ଦୁନିଆ ହସିବ ବୋଲି ସୋମନାଥ ବସ୍ତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଆଜି ନୀଳାଦ୍ରି ବିହାର ସ୍ଥିତ ସୋମନାଥ ବସ୍ତିରେ ପୂର୍ବତନ କର୍ପୋରେଟର ରଂଜନ ଜେନାଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ରଶ୍ମିରେଖା ଜେନା ଯୋଗଦେଇ ପିଲାମାନଙ୍କୁ ମିଠା ବଣ୍ଟନ କରିବା ସହିତ ପିଲାମାନଙ୍କ
ଦ୍ୱାରା କେକ୍ କାଟି ଜନ୍ମଜୟନ୍ତୀ ପାଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ କବି ତଥା ସାମ୍ବାଦିକ ତାରକ ମହାନ୍ତି, ସାମ୍ବାଦିକ ସୁକାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ । ବସ୍ତିର ସଭାପତି ନରୋତ୍ତମ ଗଣ୍ଠିଆ କାର୍ଯ୍ୟକ୍ରମକୁ ପରିଚଳନା କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ । ଶେଷରେ ସମସ୍ତ ବସ୍ତିବାସିନ୍ଦା ପ୍ରସାଦ ସେବନ କରିଥିଲେ ।
ପ୍ରକାଶ ଥାଉକି ସ୍ବର୍ଗତ ରଞ୍ଜନ କୁମାର ଜେନା ବିଜୁ ଜନତା ଦଳର ଜଣେ ଦକ୍ଷ ସ°ଗଠକ ଥିଲେ। ସେ କର୍ପୋରେଟର ଥିବା ସମୟରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.