banner
Breaking

ନୀଳାଦ୍ରି ବିହାର ଆବାସିକ ସଙ୍ଘ ପକ୍ଷରୁ ୭୪ ତମ ସ୍ବାଧୀନତା ଦିବସ ପାଳିତ।

0

ଭୁବନେଶ୍ୱର,୧୫/୮(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଆବାସିକ ସଙ୍ଘ ପକ୍ଷରୁ ୭୪ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।କରୋନା କଟକଣା ନିୟମ ଅନୁପାଳନ କରି ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଆଇନଜୀବୀ ତଥା ଆବାସିକ ସଙ୍ଘର ଉପଦେଷ୍ଟା ଶ୍ରୀଯୁକ୍ତ ମନମୋହନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ କରୋନା ମହାମାରୀ ପ୍ରତି ସତର୍କ ଓ ସଚେତନ ରହିବା ସହିତ ବାରମ୍ବାର ହାତ ଧୋଇବା, ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମାନଙ୍କ ମଧ୍ୟରେ ଆବାସିକ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ପାତ୍ର,ଅରୁଣ ଦେ,ହରିହର ଦାସ,ଅମିତାଭ ମଲ୍ଲିକ, ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.