banner
Breaking

ମା ତାରିଣୀ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବ

0

ଭୁବନେଶ୍ୱର : ନୀଳାଦ୍ରି ବିହାର ସେକ୍ଟର ଏକ ସ୍ଥିତ ମା
ତାରିଣୀ ମନ୍ଦିରର ପୁନଃ ପ୍ରତିଷ୍ଠା ଓ ୧୨ ତମ ବାର୍ଷିକ ଉତ୍ସବ କୋଭିଡ୍ ନିୟମ ଅନୁସାରେ ପାଳିତ ହୋଇଯାଇଛି ।


ବୁଧବାର ସକାଳ ସମୟରେ କଳସ ଯାତ୍ରା ପରେ ସୂର୍ଯ୍ୟ ପୂଜା ,ଘଟ,ନିମଜ୍ଜନ ,ମହାସ୍ନାନ,ଅଗ୍ନିସଂସ୍ଥାନ ଓ ଔପଚାରିକ ପୂଜା ଅନୁଷ୍ଠିତ ହୋଇଥିଲା । ଗୁରବାର ସକାଳୁ ଯଥା ବିଧି ଓ ଋତୀନୀତି ଅନୁସାରେ ମାଙ୍କ ଘଟ ସ୍ଥାପନ ପୂର୍ବକ ସୂର୍ଯ୍ୟପୂଜା,ଚଣ୍ଡିପାଠ ଦେବୀ ସିଂହାସନ ଆରୋହଣ,ସନ୍ଧ୍ୟା ଆଳତୀ,ପୂର୍ଣ୍ଣାହୂତି ଓ ଘଟମଣ୍ଡଳ ବିସର୍ଜନ କରାଯାଇଥିଲା ।


ଦୀର୍ଘ ଦିନ ଧରି ସେକ୍ଟର ୧ ଠାରେ ପୂଜା ପାଉଥିବା ମାଙ୍କର ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ କୋଭିଡ୍ ନିୟମ ପାଳନ କରି ଦର୍ଶନ କରିବା ସହିତ ମାଙ୍କ ଆର୍ଶିବାଦ ଲାଭ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିନ୍‌ଦାସ କ୍ଲବ୍‌,ଚନ୍ଦ୍ରାଲୋକ ମାର୍କେଟ୍ ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳର
ବୁଦ୍ଧିଜୀବୀମାନେ ସାହାର୍ଯ୍ୟ ସହଯୋଗ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.