banner
Breaking

ରାଜ୍ୟସ୍ତରୀୟ କାଠି ଲଉଡି ଖେଳ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0

ଭୁବନେଶ୍ୱର, : ନୀଳାଦ୍ରି ବିହାର ସ୍ଥିତ ଶନି ମନ୍ଦିର ପରିସରରେ ଶନିଶ୍ଚର ଯାଦବ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ କାଠି ଲଉଡି ଖେଳ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ବିଭିନ୍ନ ଅଞ୍ଚଳରୁ ଆଠଟି ସଂଘର ଲଉଡିଆ ମାନେ ଯୋଗଦାନ କରି ଚମତ୍କାର କାଠି ଲଉଡି ଖେଳ ପ୍ରଦର୍ଶନ କରିଥିଲେ । ଏଥିରେ କଟକର ମହଙ୍ଗ ପଡା ଯାଦବ ସଂଘ ପ୍ରଥମ ସ୍ଥାନ, ଜଗତସିଂହପୁରର ବାରେଡିଆ ଯାଦବ ସଂଘ ଦ୍ୱିତୀୟ ଓ ଭୁବନେଶ୍ୱରର ବିଡିଏ କଲୋନୀ ମା ମଙ୍ଗଳା ଯାଦବ ସଂଘ ତୃତିୟ ସ୍ଥାନ ଅଧିକାର କରିଥିଲେ । ଶନିଶ୍ଚର ଯାଦବ ସ°ଘର ସଭାପତି ବେଣୁଧର ବେହେରାଙ୍କ ଦ୍ବାରା ଆୟୋଜିତ ଏହି ଉତ୍ସବରେ ବିଶିଷ୍ଠ ଅତିଥି ମାନଙ୍କ ମଧ୍ୟରେ ଯୁବନେତା ମନୋଜ ସାହୁ, ସାମ୍ବାଦିକ ସୁକାନ୍ତ ରାଉତ ଓ ମକରା ବେହେରା,ବାବୁଲି ବେହେରା, ଜଟିଆ ବେହେରା,ଦିଲୁ ବେହେରା ପ୍ରମୁଖ ଯୋଗଦେଇ ବିଜେତା ଦଳକୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶନିଶ୍ଚର ଯାଦବ ସଂଘର ସମସ୍ତ କର୍ମର୍କାମାନେ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.