banner
Breaking

ନୀଳାଦ୍ରି ବିହାର ବ୍ରିଜର ଭିିତ୍ତିପ୍ରସ୍ତର ସ୍ଥାପନ , ତିନି ମାସ ଭିତରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ବିଧାୟକ

0

ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୮ ନମ୍ବର ଓ୍ବାର୍ଡର ନୀଳାଦ୍ରି ବିହାର ବ୍ରିଜର ଶୁଭ ଭିିତ୍ତିପ୍ରସ୍ତର ସ୍ଥାପନ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ୫ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ମିନି ବ୍ରିଜର କାର୍ଯ୍ୟ ଛଅ ମାସ ମଧ୍ୟରେ ଶେଷ ହେବାକୁ ସମୟ ସୀମା ଥିଲାବେଳେ ଏହାକୁ ତିନି ମାସ ମଧ୍ୟରେ ଶେଷ କରିବାକୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରାଉତ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ନୀଳାଦ୍ରି ବିହାର ଠାରୁ ପେଟ୍ରୋଲ ପମ୍ପ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନୀଲାଦ୍ରି ବିହାର ଓ ଶୈଳଶ୍ରୀ ବିହାରର କିଛି ଅଞ୍ଚଳର ଲୋକମାନଙ୍କର ଯାତାୟତ ପାଇଁ ଏହି ବ୍ରିଜଟି ମୁଖ୍ୟ ମାଧ୍ୟମ ଥିଲା । ଦୀର୍ଘ ଦିନରୁ ନିର୍ମାଣ ହୋଇଥିବାରୁ ବ୍ରିଜଟି ଭାଙ୍ଗିରୁଜି ଯାଇଥିଲା । ଏହାକୁ ପୁନଃ ନିର୍ମାଣ ପାଇଁ ଜନ ସାଧାରଣରେ ଦାବି ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ପୂର୍ଣ୍ଣ ପ୍ରଚେଷ୍ଟା ବଳରେ ପୁନଃ ନିର୍ମାଣ କାର୍ଯ୍ୟର ନିଷ୍ପତି ହୋଇଥିଲା । କାର୍ଯ୍ୟ ଆରମ୍ଭ ପାଇଁ ବ୍ରିଜଟି ଭଙ୍ଗା ହୋଇ ସାରିବା ପରେ ବ୍ୟକ୍ତିଗତ ଜାଗାକୁ ନେଇ ଆଇନ ଜାଲରେ ଛନ୍ଦି ହୋଇ ସ୍ଥିତାବସ୍ତା ଜାରି ହୋଇଥିଲା । ଯାହା ଫଳରେ ଲୋକମାନେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସ୍ଥାନୀୟ କର୍ପୋରେଟର, ଯୁବନେତା ମନୋଜ ସାହୁଙ୍କ ପ୍ରଚେଷ୍ଟା ଓ ବିଧାୟକଙ୍କ ସହଯୋଗରେ ଆଜି ପୁନଃ ନିର୍ମାଣ କାର୍ଯ୍ୟର ଶୁଭ ଉଦଘାଟନ ହୋଇଛି । ସମରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ୧୪ ନମ୍ବର ଓାର୍ଡ କର୍ପୋରେଟର ମୋନାଲିସା ସାହୁ, ୮ ନମ୍ବର କର୍ପୋରେଟର ଲାଲମୋହନ ଟୁଡୁ, ଯୁବନେତା ମନୋଜ ସାହୁ, ସୂର୍ଯ୍ୟକାନ୍ତି ଜେନା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଲଡୁ କିଶୋର ପଣ୍ଡା, ରାଜ କିଶୋର ଜେନା, ଓାର୍ଡ ସଭାପତି ଧନେଶ୍ୱର ବାରିକ, ଲକ୍ଷ୍ମୀଧର ସାହୁଙ୍କ ସମେତ ସ୍ଥାନୀୟ ଅଳର ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବରିଷ୍ଠ ନାଗରିକ, ଯୁବ, ଛାତ୍ର ଓ ମହିଳାମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.