banner
Breaking

ନୀଳାଦ୍ରି ବିହାରରେ ମିନି ପାର୍କର ଭିିତ୍ତିପ୍ରସ୍ତର ସ୍ଥାପନ

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ଆଠ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ନୀଳାଦ୍ରି ବିହାର ରାମ ମନ୍ଦିର ସମ୍ମୁଖରେ ଏକ ମିନି ପାର୍କର ଭିିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ୮ ନମ୍ବର ଓ୍ବାର୍ଡର କର୍ପୋରେଟର ଲାଲ ମୋହନ ଟୁଡୁ ଓ ଯୁବନେତା ତଥା ବିଜେଡି ସାଂଗଠନିକ ଜିଲ୍ଲା ସମ୍ପାଦକ ମନୋଜ ସାହୁ ଯୋଗଦେଇ ଭିିତ୍ତିପ୍ରସ୍ତରର ଶୁଭ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର କମିଟିର କାର୍ଯ୍ୟକର୍ତ୍ତା ରମେଶ ଚାନ୍ଦ, ନୃସିଂହ ମହାନ୍ତି, ଅମିତାଭ ମଲ୍ଲିକ, ସୁକାନ୍ତ ରାଉତ, ଚିତ୍ତରଞ୍ଜନ ଦାସ ଓ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଉପସ୍ଥିତ ଥିଲେ । ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ମିନି ପାର୍କରେ ଜିମ୍ ଉପକରଣ, ଦୋଳି, ଯୋଗ ଆସନ ସ୍ଥଳି ରହିବା ସହିତ ଆଲୋକରେ ସୁସଜ୍ଜିତ ହେବ । ଏହି ନିର୍ମାଣ କାର୍ଯ୍ୟ ଦେଢ ମାସରେ ଶେଷ ହେବ ବୋଲି କର୍ପୋରେଟର କହିଛନ୍ତି । ବିଡିଏ ଆବାସିକ ଘର ଆବଣ୍ଟନ ସମୟରୁ ଏଠାରେ ପାର୍କ ପାଇଁ ଯୋଜନା ଥିଲେ ମଧ୍ୟ ତାହା ହୋଇ ପାରୁ ନଥିଲା । ଏନେଇ ଲୋକମାନେ ବାରମ୍ବାର ଅଭିଯୋଗ କରୁଥିଲେ । ଦୀର୍ଘ ଦିନର ଆଶା ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକମାନେ କର୍ପୋରେଟର ଓ ଯୁବନେତା ମନୋଜ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.