banner
Breaking

ଜନସମ୍ପର୍କ ପଦଯାତ୍ରାରେ ଜନ ସମୁଦ୍ର

0

ଭୁବନେଶ୍ୱର – ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମର ୧୪ ନମ୍ବର ଓାର୍ଡରେ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଲୋକଙ୍କ ସହିତ ଯୋଡି ହୋଇ ରହିବା, ସରକାରଙ୍କ ବଭିିିନ୍ନ ଯୋଜନା ସମ୍ବଦ୍ଧରେ କହିବା ଓ ଲୋକଙ୍କ ସୁଖ, ଦୁଃଖ ବୁଝିବା ପାଇଁ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସମସ୍ତ ବିଜେଡି କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଅକ୍ଟୋବର ୨ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଆଜି ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଓ ସ୍ଥାନୀୟ କର୍ପୋରେଟର ମୋନାଲିସା ସାହୁ, ଯୁବନେତା ମନୋଜ ସାହୁଙ୍କ ସହଯୋଗରେ ୧୪ ନମ୍ବର ଓାର୍ଡର ବୁଦ୍ଧପାର୍କ ଠାରୁ ଏକ ବିଶାଳ ପଦଯାତ୍ରା ବାହାରି ଡିଫେନ୍ସ କଲୋନୀ, ଇଶାନେଶ୍ୱର ବିଜୁ ଅଦର୍ଶ କଲୋନୀ, ମା ମଙ୍ଗଳା ବିଜୁ ଆଦର୍ଶ କଲୋନୀ, ଓମ୍‌ଫେଡ, ସାଇନ୍ସ ପାର୍କ, ରିକ୍‌ସା, ପଣ୍ଡାପାର୍କ କ ଓ ଖ, ହରାକୃଷ୍ଣ ନଗର. ସୀତାନାଥ ନଗର, ସୋମନାଥ ଓ ଅଦର୍ଶ ବସ୍ତି ପରିକ୍ରମା କରିଥିଲେ । ପ୍ରତ୍ୟେକ କଲୋନୀରେ ବିଧାୟକ, ମେୟର, କର୍ପୋରେଟର ଓ ଅତିଥି ମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଛକ ମାନଙ୍କରେ ଅନୁଷ୍ଟିତ ପଥପ୍ରାନ୍ତ ସଭାରେ ବିଧାୟକ ଶ୍ରୀଯୁକ୍ତ ରାଉତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ବନ୍ଧରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ବରିଷ୍ଠ ନେତା ସୁବାଷ ଚନ୍ଦ୍ର ପାତ୍ର, ସମରେନ୍ଦ୍ର ସାହୁ, କର୍ପୋରେଟର ମିହିର କୁମାର ରାଉତ, ମୋନାଲିସା ବେହେରା, ଲାଲ୍ ମୋହନ ଟୁଡୁ, ସେକ୍ ନୁର ହାସନ୍‌, ଇତିଶ୍ରୀ ଦାସ, ପିଙ୍କି ସ୍ୱାଇଁ, ଅଚ୍ୟୁତାନନ୍ଦ ସ୍ୱାଇଁ, ବିଳ୍ପବ ବେହେରା, ପୂଜା ବେହେରା, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ମହିଳା ନେତ୍ରୀ ସୂର୍ଯ୍ୟକାନ୍ତି ଜେନା, ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ମଲ୍ଲିକ, ସଞ୍ଜୟ ସେଠୀ, ସୌଭାଗ୍ୟ ବାରିକ, ଅକ୍ଷୟ ଲେଙ୍କା, ଯୁବନେତା ମନୋରଞ୍ଜନ ଦାସ, କାଳୀ ଚରଣ ସିଂ, ପ୍ରଭାତ କୁମାର ସେଠୀ, ଲକ୍ଷୀଧର ସାହୁ, ଧନେଶ୍ୱର ବାରିକ, ଲକ୍ଷ୍ମୀପ୍ରିୟା ସାହୁ, ଉର ଯୁବ ସଭାପତି ବୀରେନ୍ଦ୍ର ଜେନା, ଛାତ୍ର ସଭାପତି ସୁବାଷ ସାହୁ ଓ ବସ୍ତିର ମୁରବୀ, ଯୁବ, ଛାତ୍ର, ମହିଳା, ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେଇଥିଲେ । ଜନସମ୍ପର୍କ ପଦଯାତ୍ରା ଜନ ସମୁଦ୍ର ପାଲଟି ଯାଇଥିଲା । ଅଳ୍ପ ଦିନରେ ଏଭଳି ବିପୁଳ ସମର୍ଥନ ଦେଇଥିବାରୁ ମନୋଜ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.