banner
Breaking

ଯୁବ ଇଞ୍ଜିନିୟର ଆଶୁତୋଷ ସାହୁଙ୍କୁ ଶ୍ରଦ୍ଧାଞ୍ଜଳୀ

0

ଭୁବନେଶ୍ୱର – ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରିବିହାରର ବିନଦାସ କ୍ଲବ ପରିସରରେ ଯୁବ ଇଞ୍ଜିନିୟର ଆଶୁତୋଷ ସାହୁ(ଲିଟୁ)ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସତ୍ୟ ସୁନ୍ଦର ବାସାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋକ ସଭାରେ ସର୍ବ ପ୍ରଥମେ ଲିଟୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା । ସ୍ୱର୍ଗତ ଆଶୁତୋଷ ଜଣେ ମେଧାବୀ ଛାତ୍ର, ପରୋପକାରୀ, ସ୍ନେହି ଓ ସଚ୍ଚୋଟ ପିଲା ଥିଲେ । ଦୁଇମାସ ତଳେ ସେ କେନ୍ଦ୍ରାପଡାର ମାର୍ଶାଘାଇ ଡିଭିଜନର ଇଲେକ୍ଟ୍ରି ବିଭାଗରେ ନିଯୁକ୍ତି ପାଇଥିଲେ । କୌଣସୀ କାରଣ ବସତ ଭୁଲ ବୁଝାବଣା କିମ୍ବା ରୁଗୁଣ ମାନସିକତାର ଶୀକାର ହୋଇ ଅତ୍ମହତ୍ୟା କରିଛନ୍ତି । ଆମ କ୍ଲବ ଜଣେ ଦକ୍ଷ ସଂଗଠକ ହରାଇଛି । ଏଭଳି ଅକାଳ ମୃତ୍ୟୁ ଅନ୍ୟ କାହା ଜୀବନରେ ଯେମିତି ନ ଆସୁ । ଯଦି କାହାର କିଛି ସମସ୍ୟା ରହିଛି ସେମାନେ ତୁରନ୍ତ ଜଣାନ୍ତୁ ଏବଂ ସାଙ୍ଗ ମାନଙ୍କୁ ସେୟାର କରନ୍ତୁ ନିଶ୍ଚିତ ସମସ୍ୟାର ସମାଧାନ ହୋଇଯିବ । ମୃତ୍ୟୁ ସମାଧାନର ବାଟ ନୁହେଁ ବୋଲି ସଭାପତି ଶ୍ରୀଯୁକ୍ତ ବାସା କହିଥିଲେ । ଏଥିରେ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି କ୍ୟାଣ୍ଡେଲ ଜାଳି ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ପରିବାର ବର୍ଗଙ୍କୁ ଶାନ୍ତ୍ୱନା ପ୍ରଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.