banner
Breaking

ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ

0

ଭୁବନେଶ୍ୱର,୨୭ା୯- ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ନମ୍ବର ଓ୍ବାର୍ଡର ନୀଳାଦ୍ରି ବିହାର ଠାରେ ୧୦ କୋଟି ଟଙ୍କା ବୟ ଅଟକଳରେ ନିର୍ମିତ ହେଉଥିବା ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ । ଆଜି ଦିନ ୧୧ଟା ସମୟରେ ଶ୍ରୀଯୁକ୍ତ ରାଉତ ନୀଳାଦ୍ରି ବିହାର ଇଶାନେଶ୍ୱର ମନ୍ଦିର ଠାରେ ପହଞ୍ଚିଥିଲେ । ସେଠାରୁ ସିଧା ସଳଖ ନିର୍ମାଣଧୀନ ଷ୍ଟାଡିୟମ ପାଖକୁ ଯାଇ କାର୍ଯ୍ୟର ସ୍ଥିତି ଦେଖିବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ବଦ୍ଧରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ରାଜକିଶୋର ଜେନା ଓ ଅନ୍ୟାନ୍ୟ ଉପସ୍ଥିତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୪ନମ୍ବର ଓାର୍ଡର କର୍ପୋରେଟର ମୋନାଲିସା ସାହୁ, ଯୁବନେତା ମନୋଜ ସାହୁ, ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ମଲ୍ଲିକଙ୍କ ସହିତ ସ୍ଥାନୀୟ ଅଳର ଯୁବକ, ମହିଳା ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.