banner
Breaking

ନୀଳାଦ୍ରିବିହାର ଆବାସିକ ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

0

ଭୁବନେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦ୍‌ଗତି ଓ ଆହତଙ୍କ ଆଶୁ ଅରୋଗ୍ୟ କାମନା କରି ନୀଳାଦ୍ରିବିହାର ଆବାସିକ ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆବାସିକ ସଂଘର ପୁର୍ବତନ ସଭାପତି ମନମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଶୋଭାଯାତ୍ରା ନୀଳାଦ୍ରିବିହାର ଆବାସିକ ସଂଘ କାର୍ଯ୍ୟାଳୟ ଠାରୁ ବାହାରି କଲୋନୀ ପରିକ୍ରମା କରିବା ପରେ ଦୁର୍ଗା ପଡିଆ ଠାରେ ପହିଞ୍ଚି ଥିଲା । ସେଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆବାସିକ ସଂଘ, ନୀଳାଦ୍ରୀ ବିହାର ଯୁବ ଓ ସାସ୍କୃତିକ ସଂଘର ସଭାପତି ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସମସ୍ତ ସଭ୍ୟ ଓ ବିଭିନ୍ନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ଯୁବକ ଓ ମହିଳାମାନେ ଯୋଗଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.