banner
Breaking

ନୀଳାଦ୍ରି ବିହାରରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ

0

ଭୁବନେଶ୍ୱର,୨୫ା୨: ଭୁବନେଶ୍ୱର ମହାନଗର ନିଗମ ୧୪ ନମ୍ବର ଓାର୍ଡର ନୀଳାଦ୍ରି ବିହାର ସେକ୍ଟର ୫ ଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଯୁବନେତା ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ମେୟର ସୁଲୋଚନା ଦାସ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ବିଧାୟକ ଶ୍ରୀଯୁକ୍ତ ରାଉତ କହିଥିଲେ ଓଡିଶାର ଜନପ୍ରିୟ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସ୍ୱାସ୍ଥ୍ୟସେବାକୁ ଗରୁତ୍ୱ ଦେଇ ଆସୁଛନ୍ତି । ୫ଟି ମାଧ୍ୟମରେ ଓଡିଶାରେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ହେବା ସହିତ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଉଛି । ନୀଳାଦ୍ରି ବିହାରରେ ଖୋଲା ଯାଇଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଉପକୃତ ହେବେ । ସେମାନଙ୍କୁ ଆଉ ଦୁରକୁ ଯିବାକୁ ପଡିବ ନାହିଁ । ଘର ପାଖରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ଚିକିତ୍ସା ସୁବିଧା ପାଇ ପାରିବେ । କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, ଡେପୁଟି ମେୟର ମଞ୍ଜୁଲତା କହଁର, ୧୪ ନମ୍ବର ଓାର୍ଡ କର୍ପୋରେଟର ମୋନାଲିସା ସାହୁ, ଉପଦେଷ୍ଟା ସମରେନ୍ଦ୍ର ସାହୁ, ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଉତ୍ତର ଜୋନ ଡେପୁଟି କମିଶନର ପୁରନ୍ଦର ନନ୍ଦ, କ୍ୟାପିଟାଲ ହସ୍ପିଟାଲର ସିଡିଏମଓ ଓ ସ୍ୱାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଦିନ ସକାଳ ୮ଟାରୁ ଦିନ ୧୧ଟା ଓ ସନ୍ଧ୍ୟା ୫ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲା ରହିବ । ଛୁଟିଦିନ ମାନଙ୍କରେ କେବଳ ସକାଳ ବେଳା ଖୋଲା ରହିବ । ଏଠାରେ ସମସ୍ତ ପ୍ରକାର ପରୀକ୍ଷା କରାଯିବା ସହିତ ମାଗଣା ଔଷଧ ଉପଲବ୍ଧ ହେବ ବୋଲି ନବ ନିଯୁକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭଶ୍ରୀ ଶୁଭସ୍ମିତା ବରାଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ମୁଖ୍ୟମନ୍ତ୍ରୀ, ଉତ୍ତର ବିଧାୟକ ଓ ମେୟରଙ୍କୁ କୃତଜ୍ଞତା ଜଣାଇଥିଲେ । ନିର୍ବାଚନ ସମୟରେ କଥାଦେଇ କଥା ରଖି ଥିବାରୁ କର୍ପୋରେଟର ମୋନାଲିସା ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.