banner
Breaking

କମଳାକାନ୍ତ ସାମଲଙ୍କ ଅକାଳ ବିୟୋଗ। ଆବାସିକ ସଙ୍ଘ ପକ୍ଷରୁ ଶୋକସଭା।

0

ଭୁବନେଶ୍ୱର,୨୭/୯(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଆବାସିକ ସଙ୍ଘର ପୂର୍ବତନ ସାଧାରଣ ସମ୍ପାଦକ କମଳାକାନ୍ତ ସାମଲଙ୍କ ହୃଦଘାତରେ ଆକାଳ ବିୟୋଗ ଘଟିଛି। ୫୮ ବର୍ଷ ବୟସରେ ସେ ପ୍ରିୟଜନଙ୍କୁ ଛାଡି ଇହଲୀଳା ସମ୍ବରଣ କରିଛନ୍ତି। ସେ ଜଣେ ମିଷ୍ଟଭାସୀ,ପରୋପକାରୀ, କର୍ମଠ ଓ ଦକ୍ଷ ସ°ଗଠକ ଥିଲେ।


ନୀଳାଦ୍ରି ବିହାର ଅଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନାକରି ନୀଳାଦ୍ରି ବିହାର ଆବାସିକ ସଙ୍ଘ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।


ଆବାସିକ ସଙ୍ଘର ସଭାପତି ଶ୍ରୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଙ୍ଘର ଉପଦେଷ୍ଟା,ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ମନମୋହନ ପଟ୍ଟନାୟକ କହିଥିଲେ କମଳାକାନ୍ତ ସାମଲ ଜଣେ ମେଳାପୀ ଓ ସାହାଯ୍ୟକାରୀ ବ୍ୟକ୍ତି ଥିଲେ। ତାଙ୍କ ଆବର୍ତ୍ତମାନରେ ଆବାସିକ ସଙ୍ଘର ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଜଗନ୍ନାଥ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରବିନାରାୟଣ ପଣ୍ଡା,ହରିହର ଦାସ,ଅରୁଣ ଦେ, ଅମିତାଭ ମଲ୍ଲିକ, ରମେଶ ଚାନ୍ଦ ଓ ସାମ୍ବାଦିକ ସୁକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରିବା ସହିତ ପରିବାର ପାଇଁ ଶାନ୍ତ୍ବନା ବାର୍ତ୍ତା ପ୍ରଦାନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.