banner
Breaking

ଅତ୍ୟାଧୁନିକ ଶୈଳୀରେ ପାଳିତ ହେଲା ନିଫ୍ଟ କନଭେନସନ୍। ପ୍ଲାଷ୍ଟିକ ବର୍ଜନ ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଆହ୍ଵାନ।

0

ଭୁବନେଶ୍ୱର,୧୭/୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରସ୍ଥିତ କିମ୍ସ ଅଡିଟରିୟମ୍ ଠାରେ ନ୍ୟାସନାଲ୍ ଇଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି(ନିଫ୍ଟ) ତରଫରୁ ଏକ ଉଲ୍ଲାସମୁଖର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ଯେଉଁଥିରେ ୨୦୧୯ ବ୍ୟାଚର ୧୮୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ପଶୁ ସମ୍ପଦ, ଗୋପାଳନ ଓ ମତ୍ସ୍ୟଚାଷ ବିଭାଗର ମାନ୍ୟବର କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ । ତାଙ୍କ ସହିତ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ଆଇ.ଆଇ.ଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ୍ ପମୁଖ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ । ଏହି ଅବସରରେ ଓଡିଶା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ପଶୁ ସମ୍ପଦ, ଗୋପାଳନ ଓ ମତ୍ସ୍ୟଚାଷ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ ଯେ, ଯେତେବେଳେ ଦେଶ ଗାନ୍ଧୀଜୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ଯାଉଛି, ସେତେବେଳେ ଦୀର୍ଘମିଆଦିର ପ୍ରତିକ ଭାବେ ବିଶ୍ୱର ପ୍ରଥମ ସଷ୍ଟେନେବୁଲ ଫ୍ୟାଶନ କ୍ୟାମ୍ପସ ଭାବେ ପଞ୍ଜିକୃତ ହୋଇ ନିଫ୍ଟ ରାଜ୍ୟକୁ ଗୌରବାନିତ୍ବ କରିଛି । ତେଣୁ ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ସମସ୍ତେ ଆଗେଇ ଆସନ୍ତୁ। ଅନ୍ୟତମ ଅତିଥି ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଥିଲେ ଯେ,ଭବିଷ୍ୟତରେ କ୍ୟାମ୍ପସକୁ ସଫଳତାର ଶିର୍ଷରେ ପହଞ୍ଚାଇବା ପାଇଁ ନିଫ୍ଟ ନେଉଥିବା ପଦକ୍ଷେପ ନିମନ୍ତେ ଯାହା ସାହାଯ୍ୟ ଲୋଡିବ ସେଥିରେ ସହଯୋଗର ହାତ ବଢାଇବା ଏକାନ୍ତ ଆବଶ୍ୟକ । ପୁନଶ୍ଚ ଆଇ.ଆଇ.ଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ୍ ଫ୍ୟାଶନ କ୍ଷେତ୍ରରେ ନବିକରଣର ଉତ୍ସାହ ଏବଂ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ପାଇଁ ସେମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ନିଫ୍ଟ ନିର୍ଦ୍ଦେଶକ ଡ. ବିନୟ ଭୂଷଣ ଜେନା ଶିକ୍ଷାନୁଷ୍ଠାନର ବାର୍ଷିକ ବିବରଣୀ ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ। ଅନୁଷ୍ଠାନର ପ୍ରଶାସନ ତରଫରୁ କୂଳପତିଙ୍କ ଦ୍ୱାରା ସ୍ନାତକ ମାନଙ୍କୁ ଶପଥ ଦିଆଯାଇଥିଲା । ଆଇ.ଏ.ଏସ୍ ତଥା ନିଫ୍ଟର ସାଧାରଣ ନିର୍ଦ୍ଦେଶକ ଶ୍ରୀ ଶାନ୍ତମାନୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ମୁଖ୍ୟ ଅତିଥି ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ଦେବା ସହିତ, ଫ୍ୟାଶନ ମ୍ୟାନେଜମେ ଷ୍ଟଡିଜ, ଫ୍ୟାଶନ ଟେକ୍ନୋଲୋଜି, ଫ୍ୟାଶନ ଓ ଜୀବନ ଶୈଳୀ ଏବଂ ଆକ୍ସେସିରିଜ୍, ଫ୍ୟାଶନ କମ୍ୟୁନିକେସନ୍, ଫ୍ୟାଶନ ଡିଜାଇନ୍ ଓ ଟେକ୍ସଟାଇଲ୍ ଡିଜାଇନ୍ ଆଦି ସମସ୍ତ ବିଭାଗର ସ୍ନାତକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରିଥିଲେ । ନିଫ୍ଟ ଭୁବନେଶ୍ୱରର ଆସୋସିଏଟ୍ ପ୍ରଫେସର ଏବଂ କ୍ୟାମ୍ପସ୍ ଏକାଡେମିକ କୋଡିନେଟର୍ ସୁଶ୍ମିତା ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ସମାବର୍ତ୍ତନ ଉତ୍ସବରେ କିଛି ମେରିଟ୍ ପୁରଷ୍କାର ମଧ୍ୟ ପ୍ରଦାନ କରାଯାଇଥିଲା,ସେମାନେ ହେଲେ ଅଗ୍ରିମା ସିଂ- ଷ୍ଟୁଡେଣ୍ଟ ଅଫ୍ ଦ ଇଅର ଏବଂ ସମ୍ପ୍ରିତି ସିଙ୍ଘ- ଏକ୍ସଟ୍ରା ଅର୍ଡିନାରୀ ସର୍ଭିସ୍ ଆୱାର୍ଡ । ନିଫ୍ଟ, ସ୍ନାତକ ପାଇଁ ୨ ବର୍ଷ ଓ ସ୍ନାତକୋର ପାଇଁ ୪ ବର୍ଷ ତାଲିମ୍ ପ୍ରଦାନ କରୁଅଛି । ଏହି କୋର୍ସ ଛାତ୍ରଛାତ୍ରୀଙ୍କୁ କ୍ରିଏଟିଭ୍ ଡିଜାଇନ୍, ଅତ୍ୟଧିକ ଅସୁବିଧା ପାଇଁ ପ୍ରଯୁକ୍ତିବିଦ୍ୟାଗତ ସମାଧାନ ଏବଂ ଫ୍ୟାଶନର ପରିଚର୍ଯ୍ୟା, ମ୍ୟାନେଜମେଣ୍ଟ, ପ୍ରଯିକ୍ତିବିଦ୍ୟା ପ୍ରଦାନ କରିବା ସହିତ ଯୋଗାଯୋଗ ଇଣ୍ଡଷ୍ଟ୍ରି ପାଇଁ ପ୍ରସ୍ତୁତ କରେ । ବୈଷୟୀକ ଜ୍ଞାନ କୌଶଳର ସୃଜନଶୀଳ ସୁଯୋଗ, ଏ ସମସ୍ତ କ୍ଷେତ୍ରକୁ ଧ୍ୟାନରେ ରଖି ଛାତ୍ରଛାତ୍ରୀଙ୍କୁ ବଜାର ଚାହିଦା ଅନୁଯାୟୀ ଅନେକ କାର୍ଯ୍ୟର ସୁଯୋଗ ସହ ପ୍ରଶିକ୍ଷଣ ଦିଆଯାଇଥାଏ । ନିଫ୍ଟ ବିଶ୍ୱର ଏକମାତ୍ର ଅନୁଷ୍ଠାନ ହେବାକୁ ଲକ୍ଷ ରଖିଛି,ଯେଉଁଠାରେ ଛାତ୍ରଛାତ୍ରୀମାନେ କ୍ଷେତଠୁ ଆରମ୍ଭ କରି ଫ୍ୟାଶନ ପର୍ଯ୍ୟନ୍ତ ସବୁଠି ଦୀର୍ଘମିଆଦି ଫ୍ୟାଶନକୁ ଅନୁଭବ କରିହେବ ।

Khansweb Solution Bhubaneswar

Leave A Reply

Your email address will not be published.