banner
Breaking

ଶିଶୁ ପ୍ରତିଭା ବିକାଶ ପ୍ରତିଯୋଗିତା ଅନୁଷ୍ଠିତ

0

ଭୁବନେଶ୍ୱର,୨ା୨(ଓଡ଼ିଆ ନ୍ୟୁଜ): ବନ୍ଦେ ଭାରତୀ ଜାତୀୟ ମହିଳା ଓ ଶିଶୁ ବିକାଶ ପରିଷଦ ପକ୍ଷରୁ ଚକେଇଶିଆଣୀ ଠାରେ ଶିଶୁ ମାନଙ୍କର ପ୍ରତିଭା ବିକାଶ ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଷଦର ସଭାନେତ୍ରୀ ପ୍ରତୀକ୍ଷା ମହାପାତ୍ର ଯୋଗଦେଇ କହିଥିଲେ ଶିଶୁ ମାନଙ୍କ ଭିତରେ ଅନେକ ପ୍ରତିଭା ଲୁଚି ରହିଛି । ଏହାକୁ ବିକଶିତ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଆବଶ୍ୟକ । ଆମ ଅନୁଷ୍ଠାନ ପକ୍ଷରୁ ଏଭଳି ଯୋଜନା ହାତକୁ ନିଆଯାଇଛି । ଗରିବ, ଦାରିଦ୍ର୍ୟ ସୀମାରେଖା ତଳେ ଓ ଆର୍ଥିକ କାରଣରୁ ପ୍ରତିଯୋଗିତାରୁ ବଞ୍ଚିତ ରହୁଥିବା ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯିବ । ଆଗାମୀ ଶିକ୍ଷା ବର୍ଷରେ ଏହି କାର୍ଯ୍ୟକ୍ରମକୁ ଓଡିଶା ସାରା ପରିବ୍ୟାପ୍ତ କରାଯିବ । ଏଥି ସହିତ ପିଲାମାନଙ୍କୁ ସତ କହିବା, ବାପା ମା ଙ୍କ କଥା ମାନିବା ଏବଂ ଭଲ ପାଠ ପଢି ବଡ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ ଶେଷଦେବ ବରାଳ, ସରୋଜ ନାୟକ, ଧରିତ୍ରୀ ସାହୁ, ଜୀବନଜ୍ୟୋତି ସାହୁ, ଶିବପ୍ରସାଦ ସାହୁ, ଜ୍ୟୋସ୍ନାରାଣୀ ସାହୁ, ବାସନ୍ତି ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଳର ବହୁ ଶିଶୁ ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.