banner
Breaking

ସାଧାରଣ ବଣ୍ଟନ ବ୍ୟବସ୍ଥା ସୁପରିଚାଳନାରେ ଓଡ଼ିଶା ନମ୍ବର ୧

0

ଭୁବନେଶ୍ବର : ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁପରିଚାଳନାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଆସୁଛି। କେନ୍ଦ୍ର ସରକାରଙ୍କ(୨୦୨୨) ଦ୍ୱାରା ପ୍ରକାଶିତ ସଦ୍ୟତମ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରାଜ୍ୟ ମାନ୍ୟତା ସୂଚକାଙ୍କରେ ଦେଶର ୧ ନମ୍ବର ରାଜ୍ୟ ଭାବେ ସ୍ଥାନିତ ହୋଇଛି। ରାଜ୍ୟର ପ୍ରାୟ ୮୦% ଜନସଂଖ୍ୟା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରେ ଭିଟାମିନ୍‌ଯୁକ୍ତ ଚାଉଳ ଯୋଗାଣ ପୁଷ୍ଟିହୀନତାଜନିତ ସମସ୍ୟାର ସମାଧାନ ପିଡିଏସ୍‌, ଆଇସିଡିଏସ୍‌ ଓ ପୂର୍ବତନ ମଧ୍ୟାହ୍ନଭୋଜନ ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀଙ୍କ ନିମନ୍ତେ ୨୦୨୧-୨୨ବର୍ଷ ଠାରୁ ଭିଟାମିନଯୁକ୍ତ ଚାଉଳ ଯୋଗାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ମାଲକାନଗିରି ପାଇଲଟ ଜିଲାରେ ଜୁଲାଇ ୨୦୨୧ରୁ ହିତାଧିକାରୀଙ୍କୁ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଦିଆଯାଉଛି। ଏହାସହ ୩୦ ଜିଲାରେ ଏହି ଯୋଜନା ଗତ ଫେବୃୟାରୀ ୨୦୨୩ରୁ ଲାଗୁ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ କହିଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପରେ ମନ୍ତ୍ରୀ ନାୟକ ଉତ୍ତର ରଖି କହିଛନ୍ତି, ଧାନ କ୍ରୟ ପାଇଁ ରାଜ୍ୟ ସରକାର ଚଳିତ ବଜେଟରେ ୨୦୦୦ କୋଟି ଟଙ୍କାର ଘୂର୍ଣ୍ଣନ ପାଣ୍ଠିର ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ସବ୍‌ସିଡି ଅର୍ଥ ପାଇବାରେ ବିଳମ୍ବ ହେଲେ ବିଭାଗ ଏହି ଘୂର୍ଣ୍ଣନ ପାଣ୍ଠିରୁ ଆବଶ୍ୟକ ଅର୍ଥ ଆଣି ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଚାରୁ ରୂପେ ସମ୍ପାଦନ କରିପାରିବେ ଓ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କଠାରୁ ସବ୍‌ସିଡି ବାବଦ ଅର୍ଥ ପାଇବା ପରେ ଘୂର୍ଣ୍ଣନ ପାଣ୍ଠିରୁ ଅଣାଯାଇଥିବା ଅର୍ଥ ରାଶି ଫେରସ୍ତ କରାଯିବ। ଚାଷୀଙ୍କୁ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କର ପ୍ରାପ୍ୟ ପାଇବା ସୁନିଶ୍ଚିତ କରାଯାଉଛି। ଚଳିତ ଖରିଫ ବିପଣନ ବର୍ଷ ୨୦୨୨-୨୩ରେ ଉପଗ୍ରହ ଚିତ୍ର ବ୍ୟବହାରକରି ୩୦ ଜିଲାରେ ପ୍ରକୃତ ଚାଷ ହୋଇଥିବା ଅଞ୍ଚଳକୁ ଚିହ୍ନଟ କରାଯାଇଛି। ସେଠାରେ କୃଷକ ପଞ୍ଜୀକରଣ/ଧାନ କ୍ରୟ ପ୍ରକ୍ରିୟା ସମୟରେ ଅଧିକ ସ୍ବଚ୍ଛତା ଆଣିବାରେ ସହାୟକ ହେଉଛି। ଏହାଦ୍ୱରା ପ୍ରକୃତ ଚାଷୀଙ୍କୁ ଏମ୍‌ଏସ୍‌ପି ସୁନିଶ୍ଚିତ କରାଯାଇପାରୁଛି ବୋଲି ସେ କହିଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆସିଥିବା ବ୍ୟୟବରାଦକୁ ବୁଧବାର ବିଧାନସଭାରେ ଗୃହୀତ କରାଯାଇଛି। ଏହି ବିଭାଗ ଖର୍ଚ୍ଚଦାବି ଆଲୋଚନାରେ ଉଭୟ ବିରୋଧୀ ଏବଂ ଶାସକ ଦଳର ନେତାମାନେ ଭାଗନେଇଛନ୍ତି। ବିରୋଧୀଙ୍କ ପକ୍ଷରୁ ଧାନ ଉଠାଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହେଉଥିବା ବିଭିନ୍ନ ଅବ୍ୟବସ୍ଥା ନେଇ ସେମାନେ ବର୍ଷିଛନ୍ତି। ଅନ୍ୟପଟେ ଶାସକ ଦଳର ସଦସ୍ୟମାନେ କିନ୍ତୁ ପାଲଟା କେନ୍ଦ୍ରକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର,ଶାସକ ଦଳ ସଦସ୍ୟ ଭୂପିନ୍ଦର ସିଂ ପ୍ରମୁଖ ଭାବେ ଏହି ଆଲୋଚନାରେ ଭାଗ ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.