banner
Breaking

ରାଧେ ସୁଟି° ସେଟରେ ସଲମାନ ଓ ଦିଶା।

0

ମୁମ୍ବାଇ ୧୧/୧୦: କରୋନା ଭୂତାଣୁ ମହାମାରୀ ସହ ଭାରତ ଏବେ ସଂଘର୍ଷ କରୁଥିବା ବେଳେ ଚଳଚ୍ଚିତ୍ର ଶିଳ୍ପ ପୁଣି ସକ୍ରିୟ ହୋଇଉଠିଛି । ୬-୭ ମାସ ବ୍ୟବଧାନ ପରେ ବିଭିନ୍ନ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ସଲ୍‌ମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ରାଧେ’ର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ସୁଟିଂ ସେଟ୍‌କୁ ଅଭିନେତା ସଲ୍‌ମାନ, ଦିଶା ପଟାନି, ଜ୍ୟାକି ଶ୍ରଫ୍‌ ଓ ରଣଦୀପ ହୁଦା ପ୍ରମୁଖ ଫେରିଛନ୍ତି ।

ନିକଟରେ ନିର୍ମାତାମାନେ ସୁଟିଂ ସେଟ୍‌ର କିଛି ଭିଡିଓ ରିଲିଜ୍‌ କରିଛନ୍ତି, ଯେଉଁଥିରେ ସଲ୍‌ମାନ ଓ ଦିଶାଙ୍କ ସମତେ ଅନ୍ୟ କିଛି ଅଭିନେତାଙ୍କୁ ଦେଖିବାକୁ ମିଳୁଛି । ଭିଡିଓରେ ଥିବା ଜ୍ୟାକି ଶ୍ରଫ୍‌ କହିଛନ୍ତି, ୨୦୦ରୁ ଅଧିକ ଫିଲ୍ମରେ କାମ କରିବା ପରେ ଏଭଳି ପରିସ୍ଥିତିରେ କାମ କରିବି ବୋଲି ଭାବି ନ ଥିଲି । ପୂରା ଦୁନିଆ ଏବେ ଗୋଟିଏ ସଂକଟର ସାମ୍ନା କରୁଛି । ଏଭଳି ସ୍ଥିତିରେ ଆମେ ପରସ୍ପର ସହ ଛିଡ଼ା ହୋଇଛୁ । ‘ରାଧେ’ ଚଳଚ୍ଚିତ୍ରର ସୁଟିଂ ସେଟ୍‌ରେ କୋଭିଡ-୧୯ର ସବୁ ପ୍ରୋଟୋକଲ୍‌ ପାଳନ କରାଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.