ନୂଆଦିଲ୍ଲୀ,୧୩/୯ (ଓଡ଼ିଆ ନ୍ୟୁଜ) : ଦିନକୁ ଦିନ ସୋସିଆଲ ମିଡିଆ ଖରାପ ହୋଇ ହୋଇ ଯାଉଛି। ଅପରାଧୀ ମାନେ ବେନାମି ଆଇଡି ଖୋଲି ସୋସିଆଲ ମିଡିଆର ଅପବ୍ୟବହାର କରୁଛନ୍ତି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ସୋସିଆଲ ମିଡିଆକୁ ଆଧାର ସହ ଲିଙ୍କ କରାଇବା ନେଇ ସୁପ୍ରିମକୋର୍ଟରେ ଯାଚିକା ଆବେଦନ କରାଯାଇଥିଲା। ଫଳରେ ସୁପ୍ରିମକୋର୍ଟ ଆଜି ଏହାର ଶୁଣାଣୀ କରିଛନ୍ତି। ଏନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ତଲବ କରିଛନ୍ତି। ସେପ୍ଟେମ୍ବର ୨୪ ସୁଦ୍ଧା ଏହି ପ୍ରସଙ୍ଗରେ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଅଦାଲତ ପ୍ରଶ୍ନ କରିଛନ୍ତି ସୋସିଆଲ ମିଡିଆର ଅଫବ୍ୟବହାର ରୋକିବା ନେଇ କିଛି ଆଇନ ହୋଇଛି କି? ଏହା ଉପରେ କିଛି ଅନୁଧ୍ୟାନ କରାଯାଇଛି କି?




