banner
Breaking

୭୩ତମ ସ୍ବାଧୀନତା ଦିବସ ନେଇ ଆସିଛି ଦୁଇ ଦୁଇଟି ଖୁସି

0

ନୂଆଦିଲ୍ଲୀ,୧୪/୮(ଓଡ଼ିଆ ନ୍ୟୁଜ) ୭୩ ତମ ସ୍ୱାଧିନତା ଦିବସ ଦୁଇ ଦୁଇଟି ଖୁସି ନେଇ ଆସିଛି । ଗୋଟିଏ ପଟେ ସାରା ଦେଶ ସ୍ୱତନ୍ତ୍ରତା ଦିବସ ପାଳନ କରୁଥିବ ଅନ୍ୟପଟେ ଏହି ଦିନରେ ସାରା ଦେଶରେ ରକ୍ଷାବନ୍ଧନର ପର୍ବ ମଧ୍ୟ ପାଳନ କରାଯିବ । ରକ୍ଷାବନ୍ଧନକୁ ନେଇ ସାରା ଦେଶରେ ପ୍ରସ୍ତୁତି ଜାରି ରହିଛି । 

ଗୋଟିଏ ପଟେ ସାରା ଦେଶର ଭଉଣୀମାନେ ନିଜ ଭାଇଙ୍କ ପାଇଁ ରାକ୍ଷୀ କିଣିବାରେ ଲାଗଥିବା ବେଳେ ଅନ୍ୟପଟେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ତାଙ୍କ ପାକିସ୍ତାନୀ ଭଉଣୀ କମର ମୋହସିଲ ହସନ ଦିଲ୍ଲୀରେ ପହଁଞ୍ଚିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ କମର ମୋହସିନ ହସନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୀର୍ଘ ୩୮ ବର୍ଷ ଧରି ରାକ୍ଷୀ ବାନ୍ଧି ଆସୁଛନ୍ତି । ମୋହସିନ ହସନଙ୍କ ପରିବାର ପାକିସ୍ତାନର କରାଚୀରୁ ଆସି ଗୁଜୁରାଟରେ ବାସ କରୁଛନ୍ତି । ବର୍ତ୍ତମାନ ମୋହସିନ ଅହମଦାବରେ ହିଁ ବାସ କରନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.