banner
Breaking

ପୁଲିସ ଜବତ କରିପାରିବ ନାହିଁ ସ୍ଥାବର ସମ୍ପତ୍ତି-ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ୨୪/୯(ବ୍ୟୁରୋ): ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନା ଗଠିତ ୩ ଜଣିଆ ଖଣ୍ଡପୀଠ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ତଦନ୍ତ ଚାଲିଥିବା ବେଳେ ସ୍ଥାବର ସମ୍ପତ୍ତି ଜବତ କରିପାରିବ ନାହିଁ ପୁଲିସ୍।

କ୍ରିମିନାଲ୍‌ ପ୍ରୋସିଡ୍ୟୁରୋ କୋଡ୍ ଧାରା ୧୦୨ ଅନୁଯାୟୀ ପୁଲିସ୍ ତଦନ୍ତ ବେଳେ ସେ ସମ୍ପର୍କିତ ସମ୍ପତ୍ତି ଜବତ କରିପାରିବ, କିନ୍ତୁ ସ୍ଥାବର ସମ୍ପତ୍ତି ଜବକ କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ମହାରାଷ୍ଟ୍ର ସରକାର ଆଇପିସି ଧାରା ୧୦୨କୁ ବମ୍ୱେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ବମ୍ବେ ହାଇକୋର୍ଟ ମାମଲାର ଶୁଣାଣି କରି ପୁଲିସ୍ ତଦନ୍ତ ବେଳେ ସ୍ଥାବର ସମ୍ପତ୍ତି ଜବତ କରିପାରିବ ନାହିଁ ବୋଲି ରାୟ ଦେଇଥିଲେ। ଯାହାକୁ ବିରୋଧ କରିଥିଲେ ମହାରାଷ୍ଟ୍ର ସରକାର। ଏହାପରେ ବମ୍ୱେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ତାଙ୍କ ରାୟରେ ବମ୍ବେ ହାଇକୋର୍ଟଙ୍କ ରାୟକୁ କାୟମ ରଖିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.