banner
Breaking

୨୦୨୧ ରେ ଡିଜିଟାଲ ଜନଗଣନା । ଗୋଟିଏ କାର୍ଡରେ ମିଳିବ ସବୁ ତଥ୍ୟ।ଥ

0

ନୂଆଦିଲ୍ଲୀ,୨୩/୯(ଓଡ଼ିଆ ନ୍ୟୁଜ): ଆସନ୍ତା ୨୦୨୧ରେ ଦେଶରେ ଡିଜିଟାଲ ଜନଗଣନା କରାଯିବ। ଏଥିରେ ମୋବାଇଲ୍‌ ଆପ୍‌ ବ୍ୟବହୃତ ହେବ। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଏହା ସହିତ ଏକ ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ବହୁବିଧ ପରିଚୟ ପତ୍ର ପ୍ରସ୍ତୁତି ନେଇ ପ୍ରସ୍ତାବ ଦେଇଛନ୍ତି। ଏଥିରେ ଆଧାର, ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ବ୍ୟାଙ୍କ ଅକାଉଣ୍ଟ୍‌ ଆଦି ସମସ୍ତ ତଥ୍ୟ ରହିପାରିବ। ଦେଶର ୧୪୦ ବର୍ଷ ଇତିହାସରେ ପ୍ରଥମ କରି ମୋବାଇଲ୍‌ ଆପ୍‌ ମାଧ୍ୟମରେ ଡିଜିଟାଲ ଜଣଗଣନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଘର ଘରବୁଲି ତଥ୍ୟ ସଂଗ୍ରହ କରୁଥିବା କର୍ମଚାରୀ ନିଜ ଫୋନ୍‌ ଦ୍ୱାରା ଏଣିକି ଏସବୁ କରିପାରିବେ। ସୂଚନାଯୋଗ୍ୟ, ୨୦୧୧ ଜନଗଣନା ଅନୁସାରେ ଭାରତରେ ଜନସଂଖ୍ୟା ୧୨୧ କୋଟି ଥିଲା।

Khansweb Solution Bhubaneswar

Leave A Reply

Your email address will not be published.