banner
Breaking

ସେବା ଆଳରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଲୁଟି ଫାର୍ମାସିଷ୍ଟ ଗିରଫ।

0

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ବିଶ୍ୱାସରେ ବିଷ ଦେଇ ଜଣେ ବୃଦ୍ଧାଙ୍କ ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଚୋରି ଅଭିଯୋଗରେ ନୟାଗଡ ଜିଲାର ମାନସ ରଞ୍ଜନ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ନୟାପଲ୍ଲୀ ଥାନା ଅଧୀନ ଇନ୍ଦ୍ରଧନୁ ମାର୍କେଟ ନିକଟ ଏକ ଘରୋଇ ହସ୍ପିଟାଲରେ ମାନସ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ନୟାପଲ୍ଲୀ ବେହେରା ସାହିର ଅଂଶୁମାଳିନୀ ମହାନ୍ତିଙ୍କର ମାର୍ଚ୍ଚରେ ସ୍ବାସ୍ଥ୍ୟ ଖରାପ ହେବାରୁ ସେହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଅଂଶୁମାଳିନୀଙ୍କ ସହ ମାନସଙ୍କ ପରିଚୟ ହୋଇଥିଲା। ପରେ ମାନସ ତାଙ୍କ ଘରକୁ ଯାଇ ଚିକିତ୍ସା କରୁଥିଲେ। ଆବଶ୍ୟକ ସମୟରେ ଟଙ୍କା ଉଠାଇବାକୁ ସେ ମାନସଙ୍କୁ ଏଟିଏମ୍‌ କାର୍ଡ ଦେଉଥିଲେ। ମାନସ ବୃଦ୍ଧାଙ୍କ ଆକାଉଣ୍ଟରୁ ପ୍ରାୟ ସାଢେ ୪ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ଗତ ୧୪ ତାରିଖରେ ବୃଦ୍ଧାଙ୍କ ପୁଅ ମାନସ ମୁମ୍ବାଇରୁ ଫେରିବା ପରେ ଏକଥା ଜାଣିବାକୁ ପାଇଥିଲେ। ତାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରିଥିଲା। ସିସିଟିଭି ଫୁଟେଜ ଯାଞ୍ଚ ପରେ ମାନସଙ୍କୁ ଗୁରୁବାର ଗିରଫ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.