banner
Breaking

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବସ ଦୁର୍ଘଟଣାଗ୍ରସ୍ତ। ୧୯ ଆହତ

0

ନୟାଗଡ଼, ୮।୭,(ବ୍ୟୁରୋ): କୋଭିଡ ଡ୍ୟୁଟି ପାଇଁ କଟକ ଏସ୍‌ସିବିରୁ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ବସ ଶୁକ୍ରବାର ବିଳମ୍ବତ ରାତିରେ ନୟାଗଡ଼ ଜିଲାରେ ଦୁର୍ଘଟଣା ଘଟିଛି। କଟକରୁ କେତେକ ମେଡିକାଲ ଛାତ୍ରୀଛାତ୍ରଙ୍କୁ ନେଇ ରାଜ୍ୟ ପରିବହନ ନିଗମର ଏହି ବସ ବଲାଙ୍ଗୀର ଯାଉଥିବା ବେଳେ ନାୟଗଡ ଜିଲା ବାଣିଗୋଛା ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମ ନିକଟରେ ଏକ ପଣସ ଗଛକୁ ଧକ୍କା ଦେଇ ଦୁର୍ଘଟଣା ହୋଇଥିଲା। ଏଥିରେ ଡ଼୍ରାଇଭର୍‌ ସମେତ ୧୯ ଜଣ ମେଡିକାଲ ଛାତ୍ର ଆହତ ହୋଇଛନ୍ତି । ଆହତମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି, ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରିଥିଲେ। ଖବର ପାଇ ବାଣିଗୋଛା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Khansweb Solution Bhubaneswar

Leave A Reply

Your email address will not be published.