banner
Breaking

ନାସା ପାଇଲା ବିକ୍ରମର ଭଗ୍ନାବଶେଷ।

0

ୱାଶିଂଟନ: ନାସାକୁ ମିଳିଲା ବିକ୍ରମର ଭଗ୍ନାବଶେଷ। ଚନ୍ଦ୍ର ପୃଷ୍ଟରେ କ୍ରାସ୍ ସାଇଟର ୭୫୦ ମିଟର ଦୂରରେ ପଡିଛି ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡାରର ଭଗ୍ନାବଶେଷ। ଅବତରଣ ବେଳେ ଧକ୍କା ହୋଇଥିବା ସ୍ଥାନ ମଧ୍ୟ ଚିହ୍ନଟ କରିଛି ନାସା। ଏନେଇ ଏକ ଟ୍ବିଟ୍ ରେ ଫଟୋ ଜାରୀ କରି ସୂଚନା ଦେଇଛି ନାସା।ଏଠାରେ ସୂଚନାଯୋଗ୍ୟ ଭାରତର ଐତିହାସିକ ମିଶନ ଚନ୍ଦ୍ରଯାନ-୨ସଫଳ ହୋଇପାରି ନଥିଲା ।କାରଣ ଚନ୍ଦ୍ରଯାନ-୨ ର ବିକ୍ରମ ଲ୍ୟାଣ୍ଡର କୁ ସଫଳ ଲ୍ୟାଣ୍ଡ କରିବାକୁ ଚାହିଁଥିବା ଇସ୍ରୋ ତାର ମିଶନରେ ବିଫଳ ହୋଇଥିଲା। ସେପ୍ଟେମ୍ବର ୭ ବିଳମ୍ବିତ ରାତିରେ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରାଇବାକୁ ଇସ୍ରୋ ବୈଜ୍ଞାନିକମାନେ ଉଦ୍ୟମ କରିଥିଲେ। ତେବେ ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଉଚ୍ଚରେ ଥିବା ସମୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.