banner
Breaking

ନରସିଂହପୁରରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ।

0

ନରସିଂହପୁର,୨୧/୧୦(ବ୍ୟୁରୋ)
ନରସିଂହପୁର ବ୍ଲକରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନରସିଂହପୁର ବ୍ଲକ ଅନ୍ତର୍ଗତ ନିମସାହି-ଡ଼ମକଟା ପଞ୍ଚାୟତ ବିଦ୍ୟାପୀଠ ପରିସରରେ ରବିବାର ଆୟୋଜିତ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ କୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହିତ ଶିଶୁ ମାନଙ୍କର ଲୁକ୍କାୟିତ ପ୍ରତିଭା ଏବଂ ସୃଜନଶୀଳତା ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମ ଏକ ମାଧ୍ୟମ ବୋଲି କହିବା ସହ ପିଲାମାନେ କେବଳ ପାଠ ନୁହେଁ ପାଠ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ। ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନାରାୟଣ ନାୟକ, ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ ର ସଭାପତି ଦୁର୍ଗା ପ୍ରସାଦ ମିଶ୍ର,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ପ୍ରଧାନ, ଏବଂ ପ୍ରଫୁଲ କୁମାର ବେହେରା,ସମିତି ସଭ୍ୟା ସଂଯୁକ୍ତା ସାହୁ,ତାଙ୍କ ପ୍ରତିନିଧି ଶରତ କୁମାର ସାହୁ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ, ବିଜୁ ଜନତା ଦଳର ବ୍ଲକ ସଭାପତି କୃପାସିନ୍ଧୁ ଦାଶ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶତ୍ରୁଘନ ନାୟକ, କାଳନ୍ଦୀ ସାହୁ, ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକର ୧୦୫ ଟି ବିଭିନ୍ନ ବିଦ୍ୟାଳୟ ର ୩୮୩ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା, ବାଲ୍ୟ ବିବାହ, ପ୍ଲାଷ୍ଟିକ ମୁକ୍ତ ଭାରତ,ଚନ୍ଦ୍ରାୟନ,ପୋଷଣ ସମେତ କୁଇଜ, ବକୃତା, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ,ଆଦି ୧୭ଟି ଇଭେଣ୍ଟ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ କନିଷ୍ଠ ବିଭାଗ ରେ ଛଅଜଣ ବରିଷ୍ଠ ବିଭାଗ ରେ ସାତଜଣ ନୃତ୍ୟରେ ସାତ ଜଣ ଏବଂ ଏମ୍ ଡି ଏମ୍ ରେ ଦୁଇ ଜଣ ମୋଟ ୨୨ଜଣ ଆସନ୍ତା ନଭେମ୍ବର ୮ ରୁ ୧୧ ମଧ୍ୟରେ ଜିଲ୍ଲା ସ୍ତରରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆୟୋଜିତ ସଭାରେ ଶିକ୍ଷକ ବିନାୟକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ବୃନ୍ଦାବନ ବାରିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସି ଆର୍ ସି ସି ବିଭୁତି ଭୂଷଣ ନାୟକ ମଞ୍ଚ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ଅଗାଧୁ ନାୟକ ସଚ୍ଚିଦାନନ୍ଦ ପଣ୍ଡା ସି ଆରସିସି ଦମୟନ୍ତୀ ରଥ,ଶିକ୍ଷୟିତ୍ରୀ ଗୀତାରାଣୀ ଦାଶ,ସୁସ୍ମିତା ସେନ, ଶିକ୍ଷକ ଭିକ୍ଷାକାରୀ ଦଳେଇ,ପୂର୍ଣ୍ଣଚନ୍ଦ୍ର ଧଳ ଆଦି ଶିକ୍ଷକ ଆର୍ ସି ସି ଅଭିମନ୍ୟୁ ଚମ୍ପତ୍ତିରାୟ,ବରିଷ୍ଠ ଶିକ୍ଷକ ଶିଶିର କୁମାର ଧଳ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଗମ ପ୍ରସାଦ ଡ଼ାଳୁଆ,ଅନ୍ତର୍ଯ୍ୟାମୀ ବାରିକ, ବିଜୟ ଲକ୍ଷ୍ମୀ ସାହୁ,କୁମୁଦିନୀ ସାହୁ,ସୁଧାକର ପ୍ରଧାନ, ସୁବାସ ଚନ୍ଦ୍ର ପ୍ରଧାନ,ଲକ୍ଷ୍ମୀଧର ସାହୁ,ନିତ୍ୟ ରଞ୍ଜନ ମହାପାତ୍ର,ଶେଷଦେବ ସାମଲ, ରଜନୀ କାନ୍ତ ମିଶ୍ରଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ,ସିଆର୍ସିସି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.