banner
Breaking

ଏକ ଦେଶ,ଏକ ସମ୍ବିଧାନ, ନରେନ୍ଦ୍ର ମୋଦୀ କଣ କହିଲେ ପଢନ୍ତୁ

0

ନୂଆଦିଲ୍ଲୀ, ୮/୮(ଓଡ଼ିଆ ନ୍ୟୁଜ) ଏକ ଦେଶ ଏକ ବିଧାନ ଏକ ସମ୍ବିଧାନ ଜାମ୍ମୁକାଶ୍ମୀରରେ ୩୭୦ ଉଚ୍ଛେଦ ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ୩୭୦ ଉଚ୍ଛେଦ ପରେ ପ୍ରଥମଥର ଦେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ଜାମ୍ମୁକାଶ୍ମୀରକୁ ନେଇ ଦେଶ ଏକ ଐତିହାସିକ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଜାମ୍ମୁକାଶ୍ମୀର ବିକାଶରେ ଯେଉଁ ବାଧା ଥିଲା ଦୂର ହୋଇଛି । ଏବେ ଦେଶରେ ସବୁ ନାଗରିକଙ୍କ ଅଧିକାର ଓ ଦାୟିତ୍ୱ ସମାନ ହୋଇଛି । କୋଟି କୋଟି ଦେଶବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଅନୁଚ୍ଛେଦ ୩୭୦ ଜାମ୍ମୁକାଶ୍ମୀର ବାସୀଙ୍କୁ କଣ ଲାଭ ଦେଉଥିଲା ଜଣାନାହିଁ । ଜାମ୍ମୁକାଶ୍ମୀର ଭବିଷ୍ୟତ ସୁରକ୍ଷିତ ହୋଇଛି । ନକାରତ୍ମକ ଚିନ୍ତାଧାରାରୁ ଏବେ ମୁକୁଳିବ କାଶ୍ମୀର । କାଶ୍ମୀରରେ ସୈନିକଙ୍କୁ ସବୁ ଲାଭ ମିଳୁନଥିଲା । ଜାମ୍ମୁକାଶ୍ମୀର ଝିଅଙ୍କୁ ଏବେ ସମସ୍ତ ସୁବିଧା ମିଳିବ । ଖୁବଶୀଘ୍ର ଜାମ୍ମୁକାଶ୍ମୀର, ଲଦାଖରେ ଖାଲିଥିବା ପଦବୀ ପୂରଣ ହେବ । ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯିବ । ପ୍ରଧାନମନ୍ତ୍ରୀ ସ୍କଲାରସିପ ବ୍ୟବସ୍ଥା ବିସ୍ତାର କରାଯିବ । କିଛି ସମୟ ପାଇଁ ଜାମ୍ମୁକାଶ୍ମୀରକୁ କେନ୍ଦ୍ର ଅଧିନରେ ରଖାଯାଇଛି । ଏହି ନିଷ୍ପତ୍ତି ବହୁତ ଭାବିଚିନ୍ତି ନିଆଯାଇଛି । ଏବେ ସଠିକ ବିକାଶ ଜାମ୍ମୁକାଶ୍ମୀରରେ ଦେଖାଯିବ । ବିଧାନସଭା ନିର୍ବାଚନରେ ମତ ଦେଉନଥିଲେ ଜାମ୍ମୁକାଶ୍ମୀରବାସୀ । ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦରୁ ଜାମ୍ମୁକାଶ୍ମୀରକୁ ମୁକ୍ତ କରାଯିବ । ଭାରତର ସ୍ୱର୍ଗ ଜାମ୍ମୁକାଶ୍ମୀର ପୁଣି ବିକାଶର ଶିଖର ଛୁଇଁବ । ସ୍ଥିତି ସୁଧୁରିବା ପରେ ଜାମ୍ମୁକାଶ୍ମୀର ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇବ । ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ରହିବ ବୋଲି ମୋଦୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ କାଶ୍ମୀରରୁ ହଟିଥିଲା ସମ୍ବିଧାନରେ ଥିବା ଧାରା ୩୭୦ ଓ ୩୫-A । କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଅନ୍ତର୍ଭୁକ୍ତ ହୋଇଥିଲା ଜାମ୍ମୁ-କାଶ୍ମୀର । ଜାମ୍ମୁ-କାଶ୍ମୀରରେ ବିଧାନସଭା ମଧ୍ୟ ରହିବ । ସେହିପରି ଜାମ୍ମୁ-କାଶ୍ମୀରରୁ ଲଦାଖ ମଧ୍ୟ ଅଲଗା ହୋଇଥିଲା । ଲଦାଖକୁ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ମିଳିଛି । ଏହା ସହ ରାଜ୍ୟ ମାନ୍ୟତା ହରାଇଥିଲା ଜମ୍ମୁ-କାଶ୍ମୀର । ତେବେ କାଶ୍ମୀରକୁ ୨ ଭାଗ କରିଥିଲେ କେନ୍ଦ୍ର ସରକାର ।

Khansweb Solution Bhubaneswar

Leave A Reply

Your email address will not be published.