banner
Breaking

ନନ୍ଦନକାନନରେ ଧଳାବାଘର ମୃତ୍ୟୁ।

0

ଭୁବନେଶ୍ୱର,୧୫।୧୦(ବ୍ୟୁରୋ):ନନ୍ଦନକାନନରେ ପୁଣି ଏକ ମହାବଳ ବାଘ ଆଖି ବୁଜିଛି। ମଙ୍ଗଳବାର ସକାଳ ୧୦.୧୫ ଧଳା ମହାବଳ ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ସୂଚନା ଦେଇଛନ୍ତି। କିଛି ଦିନ ହେଲା ଶୁଭ୍ରାଂଶୁ ରକ୍ତ ସଂକ୍ରମଣଜନିତ ରୋଗରେ ପୀଡ଼ିତ ଥିଲା । ଶନିବାର ହଠାତ ପଡ଼ିଯିବା ପରେ ଖାଦ୍ୟ ଗ୍ରହଣ କରୁ ନ ଥିଲା। ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଶୁଭ୍ରାଂଶୁର ଚିକିତ୍ସା ଚାଲିଥିଲା। ହେଲେ ବହୁ ପ୍ରଚେଷ୍ଟା ପରେ ବି ତା’ର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ଏବେ ନନ୍ଦନକାନନରେ ୧୨ଟି ଅଣ୍ଡିରା ଏବଂ ୧୩ଟି ମାଈ ବାଘ ଅଛନ୍ତି

Khansweb Solution Bhubaneswar

Leave A Reply

Your email address will not be published.