banner
Breaking

ଅକ୍ଟୋବରରେ ଖୋଲିବ ନନ୍ଦନକାନନ।

0

ବାରଙ୍ଗ,୧।୯(ଓଡ଼ିଆ ନ୍ୟୁଜ): କରୋନା ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ୫ମାସରୁ ଊର୍ଦ୍ଧ୍ୱ ହେବ ବନ୍ଦ ରହିଛି। ତେବେ ଅକ୍ଟୋବର ପ୍ରଥମ ସପ୍ତାହରେ ନନ୍ଦନକାନନ ଖୋଲିବା ପାଇଁ ଆଲୋଚନା ଆରମ୍ଭ ହୋଇଛି। ନନ୍ଦନକାନନ ପକ୍ଷରୁ ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ନନ୍ଦନକାନନ ଖୋଲିଲେ ଆସିବାକୁ ଥିବା ପର୍ଯ୍ୟଟକଙ୍କ ପାଇଁ ପୂରା ଶରୀର ସାନିଟାଇଜ୍‌ ବ୍ୟବସ୍ଥା ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ବିଷୟରେ ନନ୍ଦନକାନନ ସହକାରୀ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପରିଡ଼ା କହିଛନ୍ତି, ଏକ ବିଶେଷ ଆଲୋଚନା ପରେ ଅକ୍ଟୋବର ପହିଲାରୁ ନନ୍ଦନକାନନ ଖୋଲିବା ନେଇ ଏକ ପ୍ରକାର ନିଷ୍ପତ୍ତି ହୋଇଥିଲା। ସେ ସମୟରେ କରୋନାର ପ୍ରକୋପ ଓ କୋଭିଡ୍‌ ଗାଇଡଲାଇନ ସହ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ସମୟ ହିଁ କହିବ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.