banner
Breaking

ନନ୍ଦନକାନନରେ ବାରସିଙ୍ଘ ଶାବକ ଜନ୍ମ।

0

ଭୁବନେଶ୍ବର, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୮ ନମ୍ବର ଖୁଆଡରେ ରହୁଥିବା ମାଈ ବାରସିଙ୍ଘା ସୋମବାର ଗୋଟିଏ ଶାବକ ଜନ୍ମ ଦେଇଛି । ଏହି ଶାବକଟି ଜନ୍ମହେବାପରେ ସେମାନଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ତହିଁ ମଧ୍ୟରୁ ୬ ଅଣ୍ଡିରା ୪ ଟି ମାଈ ଓ ନବଯାତ ଶାବକଟିର ଲିଙ୍ଗ ଚିହ୍ନଟ ହୋଇନାହିଁ । ତେବେ ମାଆ ଓ ଛୁଆ ସୁସ୍ଥ ଥିବା ଜଣା ପଡିଛି । ସାଧାରଣତଃ ଏହି ପ୍ରଜାତିର ବାରସିଂଘା ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରେ ଦେଖାଯାଆନ୍ତି । ଏମାନେ ଅତ୍ୟନ୍ତ ବିରଳ ଓ ଦଳବଦ୍ଧ ଭାବରେ ସନ୍ତସନ୍ତିଆ ତୃଣଭୂମି ଅଞ୍ଚଳରେ ବସବାସ କରନ୍ତି । ବର୍ଷା ଋତୁରେ ଏମାନଙ୍କର ମିଳନ ହୋଇଥାଏ ।

Khansweb Solution Bhubaneswar

Leave A Reply

Your email address will not be published.