banner
Breaking

ମାଙ୍କଡବି ସାଜିପାରେ ହତ୍ୟାକାରୀ। ହନୁ କାମୁଡାରେ ଜଣେ ମୃତ୍ୟୁ

0

ଭୁବନେଶ୍ୱର ,(ଓଡ଼ିଆ ନ୍ୟୁଜ) ହନୁ ଓ ପାତିମାଙ୍କଡ ଉତ୍ପାତରେ ଅଣନିଶିବାସୀ ହୋଇ ପଡିଛନ୍ତି ନନ୍ଦନକାନନ ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ବାସୀ । ନିଦ ହଜାଇ ଦେଇଛନ୍ତି ଏହି ବୁଲା ହନୁ ଓ ପାତି ମାଙ୍କଡ । ମଙ୍ଗଳବାର ସକାଳେ ହନୁମାଙ୍କଡ କାମୁଡାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣକ ଖୈରାପଡା ଗ୍ରାମର ହରସ ଦାସ (୬୭) । ସେ ଆଜି ବଢ଼ିଭୋରୁ ଫୁଲ ତୋଳିସାରି ଶୈାଚ ହେବାପାଇଁ ନଦୀକୁ ଯାଇଥିଲାବେଳେ ସେଠାରେ ଏକ ହନୁ ମାଙ୍ଗଡ ତାଙ୍କର ବାମପଟ ଗୋଟ (ପୁଟିଆ)କୁ କାମୁଡି ମାଂସ କାଢ଼ି ନେଇଯାଇଥିଲା । ଫଳରେ ହରସ ସେହିଠାରେ ଟଳି ପଡିଥିଲେ । ରକ୍ତଶ୍ରାବ ବନ୍ଦ ନହେବାରୁ ଚିକିତ୍ସା ପାଇଁ କିମ୍ସ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ନନ୍ଦନକାନନ ଥାନା ପୁଲିସ୍, ଭୁବନେଶ୍ୱର ସିଟି ଫରେଷ୍ଟ ଓ ନନ୍ଦନକାନନ ଟ୍ରାଙ୍କୁଲାଇଜର ରାମଚନ୍ଦ୍ର ମୃତକଙ୍କ ଗ୍ରାମରେ ପହିଞ୍ଚି ବୁଲା ମାଙ୍କଡ ମାନଙ୍କୁ ଟ୍ରାଙ୍କୁଲାଇଜ୍ କରି କାବୁ କରି ଚନ୍ଦକା ଜଙ୍ଗଲେ ଛାଡିଛନ୍ତି । ଏହା ସହିତ ବନବିଭାଗ ତରଫରୁ ମୃତକଙ୍କ ପରିବାରକୁ ଶବଦାହ ପାଇଁ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଗତ ଜୁଲାଇ ମାସରୁ ଏହି ବୁଲା ହନୁ ଓ ପାତି ମାଙ୍କଡଙ୍କ ଉତ୍ପାତ କଲ୍ୟାଣପୁର ପାଞ୍ଚାୟତର ଗଣ୍ଡରପୁର, ଗୋକାନପୁର, ଖୈରାପଡା, ବ୍ରାହ୍ମଣ ସାହି ଆଦି ଗ୍ରାମବାସୀଙ୍କର ନିଦ ହଜାଇ ଦେଇଛି ବୁଲା ହନୁ ଓ ପାତି ମାଙ୍କଡ । କେବେ ଘର ଛାତ ଉପରେ ତ ଆଉ କେତେବେଳେ ଗାଁ ଦାଣ୍ଡ ରାସ୍ତାରେ ବସି ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଗୋଡାଇ ଗୋଡାଇ କାମୁଡୁଛି । ଏଥିରେ ଗଣ୍ଡରପୁର ଗ୍ରାମର ସପ୍ନେଶ୍ୱର ପଢ଼ିଆରୀଙ୍କ ବାମପଟ ଗୋଡକୁ କାମୁଡି ଦେଇଥିବା ବେଳେ ଜଗବନ୍ଧୁ ସାସମଲଙ୍କ ସହିତ ୧୨ ଜଣଙ୍କୁ କାମୁଡି ଥିବା ନଜିର ଅଛି । ଏ ନେଇ ଗଣ୍ଡରପୁର ଗ୍ରାମ କମିଟି ସଭାପତି ପ୍ରମୋଦ କୁମାର ପଢ଼ିଆରୀଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ସ୍ଥାନୀୟ ଥାନା, ଭୁବନେଶ୍ୱର ସିଟି ଫରେଷ୍ଟ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଯାହା ଫଳରେ ଆଜି ମାଙ୍କଡ କାମୁଡାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.