banner
Breaking

କାଗଜ ଖଣ୍ଡକୁ ମିଳିବ କି ହତ୍ୟା ରହସ୍ୟ?

0

ଝାରସୁଗୁଡ଼ା : ନବ ଦାସଙ୍କ ମୃତ୍ୟୁକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ବାସ୍ତବ ସତ କଣ ତାହା ତଦନ୍ତ ଶେଷ ହେବା ପରେ ଜଣାପଡ଼ିବ। କିନ୍ତୁ ଏନେଇ ଅନେକ ପ୍ରଶ୍ନ ଉଠିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ? ଗୁଳି ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ନା ଆଉ କିଛି ? ନବଙ୍କୁ ମାରିବା ଲାଗି ଗୋପାଳଙ୍କୁ କିଏ ଦେଇଥିଲା କି ସୁପାରି ? ନା ପ୍ରକୃତରେ ଗୋପାଳ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଇଛନ୍ତି । ଯଦି ହଁ ସେ କାହିଁକି ମନ୍ତ୍ରୀଙ୍କୁ ବାଛିଲେ ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ବହିଷ୍କୃତ ଏଏସ୍ଆଇ ଗୋପାଳ ଦାସଙ୍କୁ ରିମାଣ୍ଡରେ ନେଇ ତଦନ୍ତ କରୁଛି । ବୁଧବାର ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଜାରସୁଗୁଡ଼ା ବିମାନବନ୍ଦର ଥାନା ପାଇଖାନା ଟାଙ୍କି ସ୍ୱରେଜ ଭାଙ୍ଗି କିଛି କାଗଜ ଟୁକୁଡ଼ା ଉଦ୍ଧାର କରିଛି । ଯାହାକୁ ଥାନା ପରିସରରେ ଶୁଖାଇବା ସହ ସେଥିରେ କଣ ଲେଖା ହୋଇଥିଲା ଜାଣିବାକୁ ଚେଷ୍ଟା କରୁଛି ତଦନ୍ତରାକୀର ଦଳ ।
ସୂଚନା ଅନୁସାରେ, ନବ ଦାସଙ୍କୁ ଗୁଳି ପରେ ବିମାନବନ୍ଦର ଥାନାରେ ଗୋପାଳକୁ ପ୍ରଥମେ ଅଟକ ରଖା ଯାଇଥିଲା । ଆଉ ଗୋପାଳ ଟଏଲେଟ୍ ଯାଇଥିବା ବେଳେ ନିଜେ ଲେଖିଥିବା ଚିଠିକୁ ଚିରି ଟଏଲେଟରେ ଫ୍ଲସ୍ ମାରି ଦେଇଥିଲା । ଏବେ ସେହି କାଗଜ ଟୁକୁଡ଼ାକୁ ପାଇଖାନା ଟାଙ୍କି ଖୋଳି କ୍ରାଇମବ୍ରାଞ୍ଚ ଜବତ କରିଛି ।

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ମଧ୍ୟ ଟୁକୁଡ଼ା ଟୁକୁଡ଼ା କାଗଜକୁ ପ୍ରମାଣ ଭାବେ ଗୁରୁତ୍ୱ ଦେଉଛି । ତଥାପି କିଭଳି ଏସବୁ ପ୍ରମାଣକୁ ଗଣମାଧ୍ୟମ ଆଗରେ ଖୋଲା ଛାଡ଼ି ଦିଆଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି । ଜବତ କାଗଜ ଟୁକୁଡ଼ାରେ କଣ ଲେଖା ହୋଇଛି ? କିଏ ଲେଖିଛି ? ତାହା ଗୋପାଳର ହାତ ଲେଖା ତ ? ଏମିତି ପ୍ରଶ୍ନ ଉଠୁଥିବା ବେଳେ ହାତଲେଖାର ଯାଞ୍ଚ ପାଇଁ ପଠାଯିବ ବୋଲି ଜଣାପଡ଼ିଛି ।

Khansweb Solution Bhubaneswar

Leave A Reply

Your email address will not be published.