banner
Breaking

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି

0

ଭୁବନେଶ୍ୱର : ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ରବିବାର ଗୁଳିମାଡ଼ରେ ନିହତ ହୋଇଛନ୍ତି। ମଙ୍ଗଳବାର ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ରାଜ୍ୟ ସଭା, ଲୋକ ସଭା, ଓଡ଼ିଶାର ସମସ୍ତ ବିଧାୟକ ଓ ଏମ୍‌ପିଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଝାରସୁଗୁଡ଼ା ଜିଲାର ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ନବ କିଶୋର ଦାସଙ୍କ ଦୁଃଖଦ ମୃତ୍ୟୁ ସମ୍ପର୍କରେ ବାଚସ୍ପତି ଘୋଷଣା କରିଛନ୍ତି। ନବ ୨୦୨୩ ଜାନୁୟାରୀ ୨୯ ତାରିଖ ରବିବାର ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ପାଇଁ ବିଧାନସଭାରେ ଗୋଟିଏ ଆସନ ଖାଲି ପଡ଼ିଛି। ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ଦସ୍ତଖତରେ ଜାରି ବିଜ୍ଞପ୍ତିରେ ନିର୍ବାଚନ କମିଶନଙ୍କ ସମେତ ରାଜ୍ୟ ସଭା ଓ ଲୋକ ସଭା ସଚିବାଳୟ, ଓଡ଼ିଶାର ସମସ୍ତ ବିଧାୟକ ଓ ଏମ୍‌ପି, କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ଓ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସହ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ନବଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.