banner
Breaking

ଗୋପାଳ ଦାସ ଚାକିରୀରୁ ବିଦାହେଲେ

0

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଏଏସ୍ଆଇ ଗୋପାଳ ଦାସଙ୍କୁ ଚାକିରିରୁ ବିଦା କରାଯାଇଛି । କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଗିରଫ କରିବା ପରେ ଚାକିରିରୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସପି । ଏଏସଆଇ ଗୋପାଳ ଦାସ ଗାନ୍ଧୀ ଛକ ଫାଣ୍ଡିରେ ମୁତୟନ ଥିଲେ ।

ଗତକାଲି ଗୁଳିମାଡ଼ ପରେ ଗୋପାଳଙ୍କୁ ଅଟକ ରଖା ଯାଇଥିଲା । ଆଜି କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ ଦର୍ଶାଇଛି । ଗଣମାଧ୍ୟମକୁ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କହିଛନ୍ତି, ଗୋପାଳ କେଉଁ ପରିସ୍ଥିତିରେ ଗୁଳି ଚଳାଇଲା ସେନେଇ ଅଧିକ ତଦନ୍ତ ଜାରି ରହିଛି । ପଚରାଉଚରା ପାଇଁ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ୭ ଦିନ ଲାଗି ରିମାଣ୍ଡରେ ଆଣିବାକୁ ଆବେଦନ କରିବ ।ତେବେ ଗୋପଳ, ନବ ଦାସଙ୍କ ପିଏସ୍ଓ ଭାବେ ପୂର୍ବରୁ ମୁତୟନ ନଥିଲେ ବୋଲି ଅରୁଣ ବୋଥ୍ରା ସ୍ପଷ୍ଟ କରିଛନ୍ତି । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ହୋଇଥିଲା ।

ଗୋପାଳଙ୍କ ବିରୋଧରେ ଆଇପିସି ଦଫା ୩୦୭ ଏବଂ ୨୭(୧) ଆର୍ମ ଆକ୍ଟ୍ସରେ ମାମଲା ରୁଜୁ କରାଯାଇଛି । ରବିବାର ମନ୍ତ୍ରୀଙ୍କ ଗସ୍ତ ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଗୋପାଳଙ୍କୁ ଦାୟିତ୍ୱ ଦିଆ ଯାଇଥିଲା । ଆଉ ମନ୍ତ୍ରୀ ନବ ଦାସ କାରରୁ ଓହ୍ଲାଇବା ମାତ୍ରେ ଅତି ନିକଟରୁ ହତ୍ୟା ଉଦ୍ଦେଶ୍ୟରେ ସର୍ଭିସ୍ ବନ୍ଧୁକରୁ ଗୁଳି ଚଳାଇଥିଲେ ଗୋପାଳ ।

Khansweb Solution Bhubaneswar

Leave A Reply

Your email address will not be published.