banner
Breaking

ତିନି ଦିନିଆ ଶୋକ ପାଳନ

0

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରବିବାର ପରଲୋକ ଘଟିଛି। ତାଙ୍କ ପରଲୋକଙ୍କ ୩ ଦିନିଆ ରାଜ୍ୟବ୍ୟାପୀ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବନି । ଶେଷକୃତ୍ୟ ସ୍ଥଳରେ ରାଜ୍ୟର ୩ ମନ୍ତ୍ରୀ ଉପସ୍ଥିତ ରହି ସମ୍ମାନ ଜଣାଇବେ। ଶେଷକୃତ୍ୟ ସ୍ଥଳରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ରବିବାର ବ୍ରଜରାଜନଗରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ପୋଲିସ ଏଏସଆଇ ଗୋପାଳ ଦାସ ୨ ରାଉଣ୍ଡ ଗୁଳିମାଡ କରିଥିଲେ। କାର୍ଯ୍ୟକ୍ରମସ୍ଥଳରେ ସେ ଗାଡିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ମନ୍ତ୍ରୀଙ୍କର ଛାତିରେ ଗୁଳି ବାଜିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ସେଥିପାଇଁ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଥିଲା। ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ତଥାପି ଡାକ୍ତରଙ୍କ ସମସ୍ତ ଚେଷ୍ଟା ସ୍ବାସ୍ଥ୍ୟମନ୍ତ୍ରୀ ଆଖି ବୁଜିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.