banner
Breaking

ନୀଳାଦ୍ରି ବିହାରରେ ନିର୍ମିତ ହେବ ଇଣ୍ଡୋର ଷ୍ଟାଡିୟମ

0

ଭୁବନେଶ୍ୱର, : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ନମ୍ବର ଓାର୍ଡର ନୀଳାଦ୍ରି ବିହାର ଠାରେ ଇଣ୍ଡୋର ଷ୍ଟାଡିୟମର ଭିିତ୍ତିପ୍ରସ୍ତର ସ୍ଥାପନ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି ।

୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ବହୁମୁଖୀ ଇଣ୍ଡୋର ହଲର କାର୍ଯ୍ୟ ଏକ ବର୍ଷ ମଧ୍ୟରେ ସରିବ । ଏଥିରେ ବ୍ୟାଡମିଣ୍ଟନ୍,ଟେବୁଲ ଟେନିସ୍ ଭଳି ବିଭିନ୍ନ ପ୍ରକାର ଖେଳର ଟ୍ରାକ ସହିତ ଜିମ୍ ମଧ୍ୟ ରହିବ । ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡାକୁ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି । ଓଡିଶାର ଯୁବ କ୍ରୀଡାବିତଙ୍କ ଦକ୍ଷତା ବିକାଶ ପାଇଁ ଯାହା ଯାହା ଆବଶ୍ୟକ ତାହା ମଧ୍ୟ ଯୋଗାଇ ଦେଉଛନ୍ତି । ଏଠାରେ ଇଣ୍ଡୋର ଷ୍ଟାଡିୟମ ହେବା ଦ୍ୱାରା ଉତ୍ତର ଭୁବନେଶ୍ୱର ଅଞ୍ଚଳର ଯୁବ ପ୍ରତିଭାଧାରୀ କ୍ରୀଡାବିତମାନେ ନିଜର ଅଭ୍ୟାସ ଜାରି ରଖି ଦକ୍ଷତା ଅର୍ଜନ କରିବା ସହିତ ଜାତୀୟ,ଆନ୍ତର୍ଜାତୀୟ ସ୍ତରରେ ଖେଳି ଓଡିଶା ପାଇଁ ଗୌରବ ଆଣିବେ ବୋଲି ବିଧାୟକ ଶ୍ରୀଯୁକ୍ତ ରାଉତ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।

ସେହିପରି ମେୟର ନିଜ ବକ୍ତବ୍ୟରେ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନାତୃତ୍ୱରେ ଓଡିଶାରେ କ୍ରୀଡା ପ୍ରତି ତୃଣମୂଳ ସ୍ତରରୁ ଉପର ପର୍ଯ୍ୟନ୍ତ ଗୁରୁତ୍ୱ ଦିଆଯାଉଛି । କ୍ରୀଡାର କିପରି ବିକାଶ ହେବ ସେଥିପାଇଁ ପ୍ରୟାସ ଜାରି ରହିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କଅଁର,କର୍ପୋରେଟର ମୋନାଲିସା ସାହୁ,ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର,ଯୁବନେତା ମନୋଜ ସାହୁ,ପୁର୍ତ୍ତବିଭାଗର ବରିଷ୍ଠ ଅଧିକାରୀ ହିମାଂଶୁ ଷଢଙ୍ଗୀ, ଲଡୁ କିଶୋର ପଣ୍ଡା,ରାଜ କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ନୀଳାଦ୍ରି ବିହାର ଅଳର ବରିଷ୍ଠ ନାଗରିକ, ଯୁବକ,ଛାତ୍ର ଓ ମହିଳା ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.