banner
Breaking

ନୀଳାଦ୍ରି ବିହାରରେ ସ୍ବଚ୍ଛତା ହିଁ ସେବା ଅଭିଯାନ

0

ଭୁବନେଶ୍ୱର : ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୪ ନମ୍ବର ଓ୍ବାର୍ଡର ନୀଳାଦ୍ରି ବିହାର ବୁଦ୍ଧ ଜୟନ୍ତୀ ପାର୍କ ସମ୍ମୁଖରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କର୍ପୋରେଟର ମୋନାଲିସା ସାହୁ ଯୋଗଦେଇଥିଲେ। ବୁଦ୍ଧ ପାର୍କ ଠାରୁ ଲୁମ୍ବିନୀ ବିହାର ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନାଗରିକ, ଏସଏଚଜି ମହିଳା, ସ୍ଥାନୀୟ ଯୁବକ ଓ ବିଏମସି କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେହିପରି ନୀଳାଦ୍ରି ବିହାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଡାକ୍ତର ତୁଷିମା ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ସଫେଇ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ ଯୋଗଦେଇ ସଫେଇ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.