banner
Breaking

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁରକ୍ଷା ତରଫରୁ ସାଧାରଣଜ୍ଞାନ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା

0

ଭୁବନେଶ୍ୱର, ୮।୩ (ଓଡ଼ିଆ ନ୍ୟୁଜ): ‘ସୁରକ୍ଷା’ ତରଫରୁ ଲିଙ୍ଗଭିିତ୍ତିକ ସମାନତାକୁ ବିଭିନ୍ନ ପର୍ଯ୍ୟାୟରେ ସୁନିଶ୍ଚିତ କରାଇବା ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ଦିବସ ଗୁଡ଼ିକ ପାଳନ କରଯାଏ । ତନ୍ମଧ୍ୟରୁ ଆନ୍ତର୍ଜାତୀୟ ମହିଳା ଦିବସ ଅନ୍ୟତମ । ଆଜି ଏହି ପବିତ୍ର ଦିବସ ପାଳନ ଅବସରରେ ସ୍ଥାନୀୟ ନିଳାଦ୍ରୀ ବିହାରସ୍ଥିତ ସୋମନାଥ ବସ୍ତିରେ ସାଧାରଣ ଜ୍ଞାନ, ନୃତ୍ୟ, ସଙ୍ଗୀତ ପ୍ରତିଯୋଗିତା କରାଯିବା ସହିତ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ‘ସୁରକ୍ଷା’ର ସଭାପତି ଶ୍ରୀମତୀ ବନ୍ଦନା ପଣ୍ଡା, ଆନ୍ତର୍ଜାତୀୟ ମହିଳା ଦିବସରେ ନିଷ୍ପେସିତ ପ୍ରକ୍ରିୟାରେ ମହିଳାମାନଙ୍କ ଭୂମିକା ଓ ମହିଳାମାନେ ନିଜକୁ କିପରି ସ୍ୱାବଲମ୍ବୀ କରିପାରିବେ, ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପବିତ୍ର ମହିଳା ଦିବସରେ ସୁରକ୍ଷାର ବରିଷ୍ଠ ସଦସ୍ୟା ଶ୍ରୀମତୀ ଚନ୍ଦନା ତ୍ରିପାଠୀ ଯୋଗଦେଇ ନାରୀମାନଙ୍କ ଅତ୍ମ ବିଶ୍ୱାସକୁ ବଳବତ୍ତର କରାଇବା ବିଷୟରେ ଆଲୋଚନା କରିଥିଲେ । ‘ସୁରକ୍ଷା’ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ମିଲି ରଣା ମହିଳାମାନଙ୍କ ଅବଦାନ ସ୍ମୃତିଚାରଣ କରିବା ସହିତ ସେମାନଙ୍କୁ ମାନ୍ୟତା ଦେବା ଓ କରୋନା ବିଷୟରେ ବୁଝାଇଥିଲେ ।
ଏହି ଉତ୍ସବରେ ସୁରକ୍ଷା ପରିବାର ଶ୍ରୀମତୀ ଚିତ୍ରଙ୍ଗଦ ପ୍ରଧାନ, ସୁରକ୍ଷାର ମାର୍ଗଦର୍ଶିକା ସୁଧାରଣୀ ମହାପାତ୍ର, ସମ୍ପାଦକ କେଶବ ରଣା, ପଦ୍ମଲୋଚନ ସାହୁଙ୍କ ସମେତତ ସ୍ଥାନୀୟ ପଣ୍ଡାପାର୍କ ଓ ସୋମନାଥ ବସ୍ତିର ପ୍ରାୟ ୩୦୦ ମସହିଳା ଯୋଗ ଦେଇଥିଲେ । ଶେଷରେ ସୁରକ୍ଷାର ସଭାପତି ଶ୍ରୀମତୀ ବନ୍ଦନା ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.