banner
Breaking

ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ

0

ଭୁବନେଶ୍ୱର, ୧୨/୮:  ନ୍ୟୁ ଭୁବନେଶ୍ବର ପ୍ରେସ୍ କ୍ଲବ୍ ଓ ଓମ୍ ସାଇ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ମହାତ୍ମାଗାନ୍ଧି ପାର୍କ ନିକଟରେ ସକାଳୁ ଶତାଧିକ ଯୁବକ ଯୁବତୀ ଏକାଠି ହୋଇଥିଲେ। ଚଳିତ ବର୍ଷ ୱାକ୍ ଟୁ ଗ୍ରୀନ୍ ବିଷୟବସ୍ତୁକୁ ନେଇ ଯୁବ ପିଢ଼ିମାନଙ୍କ ମଧ୍ୟରେ ସଚତେନତା ସୃ‌ଷ୍ଟି କରାଯାଇ ଏକ ୱାକାଥାନ୍ ଅନୁଷ୍ଠିତ ହୋଇଥିଲା।


ସମାଜସେବୀ ତଥା ଆଇନଜୀବୀ ଜ୍ୟୋତ୍ସ୍ନାମୟୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ କର୍ପୋରେଟର ଜୟନ୍ତୀ ‌ସାହୁ, ପ୍ରେମାନନ୍ଦ ଜେନା, ମିହିର କୁମାର ରାଉତ, ଅଭିନେତ୍ରୀ ବୈଶାଳୀ ପରିଡା ଓ ଯୋଗ ଗୁରୁ ବିଶ୍ୱରଂଜନ ରଞ୍ଜନ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ୱାକାଥନକୁ ସବୁଜ ସଙ୍କେତ ‌ଦେଖାଇ ଆରମ୍ଭ କରିଥିଲେ। ଉପସ୍ଥିତ ଶତାଧିକ ଯୁବକ ଯୁବତୀ ଗାନ୍ଧୀ ପାର୍କ ଠାରୁ ଜାଭିୟର ଛକଦେଇ ଗାନ୍ଧୀ ପାର୍କ ମଧ୍ୟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ପିନ୍ଧାଇ ପ୍ରତି ମାସରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବାପାଇଁ ଶପଥ ନେଇଥିଲେ ।

ପ୍ରେସ୍ କ୍ଲବର ସଭାପତି ସ୍ମରଜିତ ଆର୍ଯ୍ୟ ଓ ଉପଦେଷ୍ଟା ରଶ୍ମିତା ଖଟୁଆ ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବିଭିନ୍ନ ପ୍ରଜାତିର ବୃକ୍ଷ ଚାରା ପ୍ରଦାନ କରିଥିଲେ। ସମ୍ପାଦକ ବିଦ୍ୟାଧର ବାରିକ ସଭାପତିତ୍ୱ କରିଥିଲା ବେଳେ ଆବାହକ ସୁକାନ୍ତ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ୱାକାଥନରେ ସ୍ଥାନୀୟ  ଅଞ୍ଚଳର ଶତାଧିକ ଯୁବକ ଯୁବତୀ ଯୋଗଦାନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.