banner
Breaking

ମାଇଁ ମେଡିସିନ ପଲିକ୍ଲିନିକ ଉଦଘାଟିତ

0

ଭୁବନେଶ୍ୱରର ଲୁଇସ୍ ରୋଡ଼ ଠାରେ ମାଇଁ ମେଡିସିନ ପଲିକ୍ଲିନିକ ଉଦଘାଟିତ ହୋଇଯାଇଛି। ଏହାକୁ ଡଃ ଅମ୍ରିତ ଆନନ୍ଦ, ଡଃ ସତ୍ୟ ରଞ୍ଜନ ପାଣିଗ୍ରାହୀ, ଡଃ ସୂର୍ଯ୍ୟକାନ୍ତ ସ୍ବାଇଁ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ମାଇଁ ମେଡିସିନ ପଲିକ୍ଲିନିକ ଅଭିଜ୍ଞ ଡାକ୍ତରମାନଙ୍କୁ ନେଇ ଆରମ୍ଭ କରାଯାଇଛି। ଜଣେ ସାଧାରଣ ଲୋକ କିପରି ସ୍ବଳ୍ପ ଖର୍ଚ୍ଚରେ ଓ ଅଳ୍ପ ମେଡିସିନ ବ୍ୟବହାର କରି ଆରୋଗ୍ୟ ଲାଭ କରିପାରିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି କ୍ଲିନିକରେ ଉନ୍ନତ ମାନର ଚିକିତ୍ସା , ଅତ୍ୟାଧୁନିକ ପଦ୍ଧତିରେ ପରୀକ୍ଷା ନିରୀକ୍ଷା, ଦକ୍ଷ ନର୍ସ ମାନଙ୍କୁ ନେଇ ସେବାକାର୍ଯ୍ୟ ଜାରି ରହିବ। ସାଧାରଣ ଲୋକଙ୍କ ପାଇଁ ଅତି କମ୍ ମୂଲ୍ୟରେ ରହିବାର ବ୍ୟବସ୍ଥା ରହିଛି। ମେଡିସିନ ଉପରେ ମଧ୍ୟ ସର୍ବାଧିକ ରିହାତି ପ୍ରଦାନ କରାଯିବ ବୋଲି କହିଛନ୍ତି ପଲିକ୍ଲିନିକର ମୁଖ୍ୟ ନିର୍ଦ୍ଦେଶକ ବିଶ୍ବଜିତ ମିଶ୍ର। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମାଇଁ ମେଡିସିନ ପଲିକ୍ଲିନିକ ଖୋଲାଯିବ। ଅର୍ଥାଭାବରୁ ଚିକିତ୍ସା ସୁବିଧାରୁ ବଞ୍ଚିତ ରହୁଥିବା ରହୁଥିବା ଗରିବ ଲୋକମାନଙ୍କୁ ସ୍ବଳ୍ପ ଖର୍ଚ୍ଚରେ ଚିକିତ୍ସା ଯୋଗାଇ ଦିଆଯିବ।

Khansweb Solution Bhubaneswar

Leave A Reply

Your email address will not be published.