banner
Breaking

ମିଳିଲା ସୀତାରାମଙ୍କ ମୃତ ଦେହ।

0

କଟକ ,୨୫।୯: କଟକ ମୁଣ୍ଡଳିରେ ଶୁକ୍ରବାର ରବର ବୋଟ ଓଲଟି ପଡ଼ିଥିଲା। ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ହେଲେ ଓଡ୍ରାଫ୍‌ କର୍ମଚାରୀ ସୀତାରାମ ମୁର୍ମୁ ନିଖୋଜ ଥିଲେ। ତାଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତଦେହଟି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ମୁଣ୍ଡଳିସ୍ଥିତ ଓଡ୍ରାଫ କ୍ୟାମ୍ପକୁ ନିଆଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ମୁଣ୍ଡଳି ବ୍ରିଜ ନିକଟରେ ମହାନଦୀରେ ଦନ୍ତା ହାତୀଟିଏ ଫସି ରହିଥିବା ବେଳେ ତାକୁ କୂଳକୁ ଘଉଡ଼ାଇ ଆଣିବା ପାଇଁ ଓଡ୍ରାଫ୍‌ର ଏକ ଟିମ୍‌ ରବର ବୋଟ ସାହାଯ୍ୟରେ ସେଠାକୁ ଯାଇଥିଲା। ଖବର ପ୍ରସାରଣ ପାଇଁ ସେମାନଙ୍କ ସହିତ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ଯାଇଥିଲେ। ତେବେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପରେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ଅରିନ୍ଦମ ଓ ସୀତାରାମ ଭାସି ଯାଇଥିଲେ। ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ସୀତାରାମଙ୍କ ପତ୍ତା ମିଳୁ ନ ଥିଲା।

Khansweb Solution Bhubaneswar

Leave A Reply

Your email address will not be published.