banner
Breaking

ମୁଣ୍ଡଳୀ ହାତୀ ମୃତ୍ୟୁର ଆସିଲା ରିପୋର୍ଟ।

0

କଟକ ,୭ା୧୦: ମୁଣ୍ଡଳି ଦନ୍ତାହାତୀ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମାନସିକ ଆଘାତ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ମୃତ୍ୟୁର ୩ ଦିନ ଅର୍ଥାତ ୭୨ ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏନେଇ ସାଲେପୁର ବ୍ଲକ ପ୍ରାଣୀସମ୍ପଦ ଅଧିକାରୀ ବନବିଭାଗକୁ ରିପୋର୍ଟ ଦେଇଛନ୍ତି।

ସୂଚନାଯୋଗ୍ୟ, ମହାନଦୀର ମୁଣ୍ଡଳି ବ୍ୟାରେଜ୍‌ରେ ସେପ୍ଟେମ୍ବର ୨୪ରେ ହାତୀଟି ଫସି ରହିଥିଲା। ଏହି ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିବା ଯୁବ ସାମ୍ବାଦିକ ଅରିନ୍ଦମ ଦାସ, ଓଡ୍ରାଫ ଟିମ୍‌ର ସୀତାରାମ ମୁର୍ମୁଙ୍କ ଜୀବନ ଯାଇଥିଲା। ତେବେ ୨୬ ତାରିଖରେ ଦନ୍ତାର ମୃତଦେହ ଯୋବ୍ରା ଆନିକଟ ନିକଟରେ ଠାବ କରାଯାଇଥିଲା। ସେହିପରି ୨୮ ତାରିଖରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.