ଅମିତାଭ ବଚନ ଅସୁସ୍ଥ।

ମୁମ୍ବାଇ,୧୮/୧୦: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଯାଇଥିବାବେଳେ ତାଙ୍କୁ ସେଠାରେ ରଖାଯାଇଛି। ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୩ଦିନ ହେଲା ହସ୍ପିଟାଲରେ ଭର୍ତ୍ତି ଥିବା ଖବର କେବଳ ତାଙ୍କ ପରିବାର ଛଡା କାହାକୁ ଜଣା ନ ଥିଲା। ବଲିଉଡର କୌଣସି ସେଲିବ୍ରିଟି ଏ ବାବଦରେ ଜାଣି ନଥିଲେ।