banner
Breaking

ସେକ୍ସ ରାକେଟ କାରବାରରେ ଅମୃତା ଗିରଫ।

0

ମୁମ୍ବାଇ,୧୦ ।୧: ବିଗ ବସ୍ ପ୍ରତିଯୋଗୀ ଅରହାନ ଖାନଙ୍କ ପୂର୍ବ ପ୍ରେମିକା ଅମୃତା ଧନୋଆ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଗତ ଶୁକ୍ରବାର ଦିନ ଗୋରେଗାଁ ଇଷ୍ଟ ହୋଟେଲରୁ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ । ରେଡ୍ କରି ମୁମ୍ବାଇର ୫ ଷ୍ଟାର ହେଟେଲରୁ ଅମୃତାଙ୍କୁ ଗିରଫ କରିଛି ପୋଲିସ । ଅମୃତାଙ୍କ ସହ ଅଭିନେତ୍ରୀ ଋଚା ସିଂହ ମଧ୍ୟ ଗିରଫ ହୋଇଛନ୍ତି ।
ତେବେ ଗୁପ୍ତ ସୂଚନା ପାଇବା ପରେ ଡିସିପି ଡି ସ୍ୱାମୀଙ୍କ ନେତୃତ୍ୱରେ ହୋଟେଲରେ ରେଡ୍ କରିଥିଲା ପୋଲିସ । ପ୍ରଥମେ ପୋଲିସ ନକଲି ଗ୍ରାହକ ହୋଇ ରାକେଟ ଚଳାଉଥିବା ଲୋକଙ୍କ ସହ ସମ୍ପର୍କ କରିଥିଲେ । ସେମାନଙ୍କୁ ଗିରଫ କରିବା ପରେ ଅମୃତାଙ୍କୁ ଗିରଫ କରାଯାଇଥିଲା । ପୋଲିର କହିବା ମୁତାବକ, ଏହି ଦୁଇ ଅଭିନେତ୍ରୀ ହୋଟେଲରେ ସେକ୍ସ ରାକେଟ ଚଳାଉଥିଲେ । ଧାରା ୩୭୦(୩), ଆଇପିସି ୩୪ ଓ ଧାରା ୪,୫ ଅନୁସାରେ ଦୁଇ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.