banner
Breaking

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକରେ।

0

ମୁମ୍ବଇ,୨୮/୧୧(ଓଡ଼ିଆ ନ୍ୟୁଜ) : ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଗୁରୁବାର ସନ୍ଧ୍ୟାରେ ସେଣ୍ଟ୍ରାଲ୍‍ ମୁମ୍ବାଇର  ଶିବାଜୀ ପାର୍କରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶ୍ରୀ ଠାକରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଶ୍ରୀ ଠାକରେ ଶିବସେନା-ଏନ୍‍ସିପି-କଂଗ୍ରେସ ମେଣ୍ଟ ସରକାରର ନେତୃତ୍ୱ ନେଇଛନ୍ତି।ଶ୍ରୀ ଠାକରେଙ୍କ ସହିତ ଶିବସେନାର ସୁଭାଷ ଦେଶାଇ ଏବଂ ଏକନାଥ ସିନ୍ଧେ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଏନସିପିର ଛଗନ ଚନ୍ଦ୍ରକାନ୍ତ ଭୁଜବଳ ଓ ଜୟନ୍ତ ରାଜାରାମ ପାଟିଲ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି କଂଗ୍ରେସର ବାଲାସାହେବ ଥୋରୋଟ ଏବଂ ନୀତିନ ରାଉତ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି ।

୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ୫୬ ଜଣ ବିଧାୟକ, ଏନ୍‍.ସି.ପି.ର ୫୪ ଜଣ ଏବଂ କଂଗ୍ରେସର ୪୪ ଜଣ ବିଧାୟକ ଅଛନ୍ତି। ରାଜ୍ୟପାଳ ଭଗତ୍‍ ସିଂହ କୋଶିଆରୀ ଉଦ୍ଧବ ଠାକରେଙ୍କୁ ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.