banner
Breaking

ବଲିଉଡରେ ଦକ୍ଷିଣ ସୁନ୍ଦରୀ

0

ପୁଷ୍ପା’ର ଶ୍ରୀବଲ୍ଲୀ ନାମରେ ବେଶ ପରିଚିତ ହୋଇଥିବା ରଶ୍ମିକା ମନ୍ଦାନା ରଣବୀର କପୁର ଷ୍ଟାରର୍‌ ‘ଆନିମଲ’ରେ ଯୋଗ ଦେଇଛନ୍ତି। ଏହି ହିନ୍ଦୀ କ୍ରାଇମ-ଡ୍ରାମାର ନିର୍ଦ୍ଦେଶନା ଦେଇଛନ୍ତି ଫିଲ୍ମ ‘କବୀର ସିଂହ’ ଫେମ ସନ୍ଦୀପ ରେଡ୍ଡୀ ଭାଙ୍ଗା । ଟି-ସିରିଜ ଏହାର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରୁଛି । ‘ଆନିମଲ’ର ଷ୍ଟାର୍‌ କାଷ୍ଟରେ ରଶ୍ମିକା ଯୋଗ ଦେବା ନେଇ ଟି-ସିରିଜ ନିଜ ଟୁଇଟର୍‌ ଆକାଉଣ୍ଟରେ ଶେୟାର କରିଛି।
ଟୁଇଟ୍‌ରେ ଉଲ୍ଲେଖ ରହିଛିି, ‘ପବିତ୍ର ଉଗାଡ଼ି ଓ ଗୁଡ଼ି ପଡୱା ଅବସରରେ ‘ଆନିମଲ’ ଟିମ୍‌ରେ ଆମେ ରଶ୍ମିକାଙ୍କୁ ସ୍ବାଗତ କରୁଛୁ । ଖରାଦିନେ ଶୁୁଟିଂ ଆରମ୍ଭ ହେବ।’
ମୁଖ୍ୟତଃ କନ୍ନଡ଼ ଓ ତେଲୁଗୁ ଫିଲ୍ମରେ କାମ କରୁଥିବା ମନ୍ଦନା ‘ଗୀତ ଗୋବିନ୍ଦମ’, ‘ଦେବଦାସ’, ‘ୟଜାମାନା’ ଓ ‘ଡିୟର୍‌ କମ୍‌ରେଡ’ ଫିଲ୍ମରେ ନିଜର ସୁନ୍ଦର ଅଭିନୟ ପାଇଁ ବେଶ ଲୋକପ୍ରିୟ ହୋଇପାରିଛନ୍ତି। ନିକଟରେ ସେ ଅଲ୍ଲୁ ଅର୍ଜୁନଙ୍କ ପିଲ୍ମ ‘ପୁଷ୍ପା’ରେ ବଡ଼ ପରଦାରେ ନଜର ଆସିଥିଲେ । ଏବେ ସେ ହିନ୍ଦୀ ସିନେ ଇଣ୍ଡଷ୍ଟ୍ରିରେ ଭାଗ୍ୟ ପରୀକ୍ଷା କରିବେ। ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋଜିଟ୍‌ରେ ସ୍ପାଇ ଥ୍ରିଲର୍‌ ‘ମିସନ ମଞ୍ଜୁ’ୟରେ ସେ ହିନ୍ଦୀ ସିନେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.