banner
Breaking

ବିନା ସହମତିରେ ମହିଳାଙ୍କ ଦେହ ଛୁଇଁବା ଅପରାଧ

0

ମୁମ୍ବାଇ, ୨୬ା୧୨: ବିନା ସହମତିରେ ଜଣେ ମହିଳାଙ୍କ ଶରୀରକୁ ଜଣେ ଅଜଣା ବ୍ୟକ୍ତି ଛୁଇଁବା ଅର୍ଥ ତାଙ୍କ ମର୍ଯ୍ୟାଦା ହାନି କରିବା। ଏହା ଅପରାଧ ବୋଲି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ଖଣ୍ଡପୀଠ କହିଛନ୍ତି। ଏଥିସହ ମହାରାଷ୍ଟ୍ର ଜଲାନା ଜିଲାର ଜଣେ ୩୬ ବର୍ଷୀୟ ପରମେଶ୍ୱର ଧାଗେଙ୍କ ଆବେଦନକୁ ଖାରଜ କରି ଟ୍ରାଏଲ କୋର୍ଟଙ୍କ ବର୍ଷେ ଜେଲ ଦଣ୍ଡାଦେଶ ରାୟ ବଳବତ୍ତର ରଖିଛନ୍ତି। ଗତ ଅଗଷ୍ଟ ୨୧ରେ ପରମେଶ୍ୱର ପିଟିଶନ ଦାଖଲ କରିଥିବାବେଳେ ଜଷ୍ଟିସ୍‌ ମୁକୁନ୍ଦ ଜି. ସଓ୍ବେଲିକରଙ୍କ ଏକକ ଖଣ୍ଡପୀଠ ଗତ ମଙ୍ଗଳବାର ଉକ୍ତ ରାୟ ଦେଇଛନ୍ତି।
ମୁତାବକ, ୨୦୧୪ରେ ଜଣେ ମହିଳା ପରମେଶ୍ୱରଙ୍କ ନାଁରେ ଅଭିଯୋଗ ଆଣିଥିଲେ। ସେ ଏବଂ ତାଙ୍କ ଆଈ ଶାଶୁ ମା’ ଘରେ ଥିବାବେଳେ ରାତି ପ୍ରାୟ ୮ଟାରେ ପରମେଶ୍ୱର ସେଠାକୁ ଯାଇଥିଲେ। ତାଙ୍କ ସ୍ବାମୀ କେତେବେଳେ ଘରକୁ ଫେରିବେ ବୋଲି ପରମେଶ୍ୱର ସମ୍ପୃକ୍ତା ମହିଳାଙ୍କୁ ପଚାରିଥିଲେ। ହେଲେ ସ୍ବାମୀ ନ ଫେରିପାରନ୍ତି ବୋଲି ମହିଳା ଜଣକ କହିବା ପରେ ପରମେଶ୍ୱର ସେଠାରୁ ଚାଲିଯାଇଥିଲେ। ରାତି ପ୍ରାୟ ୧୧ଟାରେ ଅଭିଯୁକ୍ତ ପୁଣି ମହିଳାଙ୍କ ଘରକୁ କୌଣସି ମତେ କବାଟ ଖୋଲି ପଶିଯାଇଥିଲେ। କେହି ଗୋଡ଼କୁ ସ୍ପର୍ଶରକୁଥିବା ଜାଣିପାରି ମହିଳା ଜଣକ ଉଠିଯିବାରୁ ଘରେ ରାମେଶ୍ୱର ଥିବା ଦେଖିବାକୁ ପାଇଥିଲେ। ପାଟି ଶୁଣି ରାମେଶ୍ୱର ସେଠାରୁ ପଳାଇଯାଇଥିଲେ। ଏହା ପରଦିନ ମହିଳା ଜଣକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.