banner
Breaking

ନୋରା ବିବାହ ବନ୍ଧନରେ ବାନ୍ଧି ହେବେ

0

ମୁମ୍ବାଇ: ସୁଦୂର କାନାଡାରୁ ଆସି ବଲିଉଡରେ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି ନୋରା ଫତେହି । ହିନ୍ଦି କହି ଜାଣି ନ ଥିଲେ ବି ଏବେ କିନ୍ତୁ ସେ ଘରେ ଘରେ ବେଶ୍ ପରିଚିତ । ତାଙ୍କ ଡ୍ୟାନ୍ସ ମୁଭ ପାଇଁ ସେ ତିଆରି କରିଛନ୍ତି ଏକ ଭିନ୍ନ ପରିଚୟ । ବଲିଉଡରେ ସେ ନାୟିକା ଭାବେ ଅଭିନୟ ନ କରିଥିଲେ ବି ତାଙ୍କୁ ସମସ୍ତେ ବେଶ ଭଲଭାବେ ଚିହ୍ନି ସାରିଛନ୍ତି । ଏବେ ନୋରାଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଯୋର ଧରିଛି ।
ନୋରାଙ୍କର କିଛି ଫଟୋ ଏବେ ଆସିଛି ଚର୍ଚ୍ଚାକୁ ଯେଉଁଥିରେ ସେ ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧୱାଙ୍କ ସହ ନଜର ଆସିଛନ୍ତି । କୁହାଯାଉଛି କି ଏମାନେ ପରସ୍ପରକୁ ଡେଟ କରୁଛନ୍ତି ଆଉ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇଯିବେ । ସିଙ୍ଗିଙ୍ଗ ଇଣ୍ଡଷ୍ଟ୍ରିରେ ଗୁରୁଙ୍କୁ ସୁପରଷ୍ଟାର କୁହାଯାଉଥିବା ବେଳେ ତାଙ୍କର ଖୁବ୍ ଦିୱାନା ଅଛନ୍ତି । ନିକଟରେ ଗୁରୁଙ୍କ ସହ ନୋରାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ନୋରା ଜଲପରୀ ଭଳି ସଜେଇ ହୋଇଛନ୍ତି । ଏହା ଏକ ଶୁଟିଂ ସେଟର ବୋଲି କୁହାଯାଉଛି । ଯାହା ବି ହେଉ ଉଭୟଙ୍କ ରିଲେସନଶିପକୁ ନେଇ କିନ୍ତୁ ଚର୍ଚ୍ଚା ହେଉଥିବା ବେଳେ ଏମାନଙ୍କ ମୁହଁରୁ ଏପର୍ଯ୍ୟନ୍ତ ଏ ନେଇ କିଛି ପ୍ରତିକ୍ରିୟା ଆସିନାହିଁ ।

Khansweb Solution Bhubaneswar

Leave A Reply

Your email address will not be published.