banner
Breaking

ବଡ ପରଦାକୁ ଆସିବେ ଇମରାନ୍ ହାସିମ୍। ରିଲିଜ ହେଲା ଟେଲର।

0

ମୁମ୍ବାଇ: କିଛି ଦିନର ବିରତି ପରେ ଏବେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ଇମ୍ରାନ ହାସମି । ଏଥର ସେ ତାଙ୍କ ଫିଲ୍ମ “ହରାମି”ରେ ନଜର ଆସିବେ । ଏହାର ଟ୍ରେଲର ଏବେ ରିଲିଜ୍ ହୋଇଯାଇଛି । ଅଗାମୀ ଇଣ୍ଡୋ-ଆମେରିକାନ ଫିଲ୍ମ ‘ହରାମ’ି ବୁସାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୦ରେ ପ୍ରିମିୟର ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଥିବା କୁହାଯାଉଛି । ଏହା ୨୦-୩୦ ଅକ୍ଟୋବର ମଧ୍ୟରେ ଆୟୋଜିତ ହେବ । ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରେ ଏହାର ଟ୍ରେଲର ରିଲିଜ୍ ହୋଇ ସାରିଛି । ଚଳିତ ବର୍ଷ ମୁଖ୍ୟ ପ୍ରତିଯୋଗୀତା ପାଇଁ ଚୟନ କରାଯାଇଥିବା ଏକମାତ୍ର ଭାରତୀୟ ଫିଲ୍ମ ହେଉଛି ‘ହରାମି’ । ଏଥିରେ ସାଗର ଭାଇ(ଇମ୍ରାନ) ଏଣେତେଣେ ବୁଲୁଥିବା ବେଳେ ପିକ୍ ପକେଟ ମାଧ୍ୟମରେ ଛୋଟମୋଟ ଅପରାଧ କରୁଥିବା ଦେଖିବାକୁ ମିଳିବ । ଫିଲ୍ମରେ ଇମ୍ରାନଙ୍କ ବ୍ୟତୀତ ରିଜୱାନ ଶେଖ, ଧନଶ୍ରୀ ପାଟିଲ, ହର୍ଷ ରାଜେନ୍ଦ୍ର ରାଣେ, ଆଶୁତୋଷ ଗାୟକୱାର୍ଡ, ମଚିନ୍ଦ୍ର ଗଡକର, ସାର୍ଥକ ଦୁସାନେ, ମନିଷ ମିଶ୍ର ଆଦି ନଜର ଆସିବେ ।

Khansweb Solution Bhubaneswar

Leave A Reply

Your email address will not be published.