banner
Breaking

ଆସନ୍ତାକାଲି ଖୋଲିବ ସୁଶାନ୍ତ ମୃତ୍ୟୁ ରହସ୍ୟ।

0

ମୁମ୍ବାଇ ୧୭।୯ : ଖୁବ୍‌ ଶୀଘ୍ର ଖୋଲିବ ମୃତ୍ୟୁର ରାଜ୍‌। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟରୁ ଖୋଲିବ ପରଦା। ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା ନା ନାହିଁ, ଏହି ରାଜ୍‌ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ଏହାର ପର୍ଦ୍ଦାଫାଶ ହେବାକୁ ଯାଉଛି। ଆସନ୍ତାକାଲି ସୁଶାନ୍ତ ସିଂ ରାଜପୁତଙ୍କ ବିସରା ରିପୋର୍ଟ ଆସିବ। ବିସରା ରିପୋର୍ଟକୁ ନେଇ ମେଡିକାଲ ବୋର୍ଡର ଏକ ବୈଠକ ହେବ। ସୁଶାନ୍ତଙ୍କ ବିସରାର ଦ୍ୱିତୀୟ ଥର ଯାଞ୍ଚ କରିବା ପାଇଁ ଫୋରେନସିକ୍ ବିଶେଷଜ୍ଞଙ୍କ ଦଳ ନିଜ ରିପୋର୍ଟ ଏମ୍ସର ଡାକ୍ତରଙ୍କ ପ୍ୟାନେଲକୁ ଦିଆଯିବ।ବିସରା ରିପୋର୍ଟ ମିଳିବା ପରେ ରବିବାର ଦିନ ମାମଲା ଉପରେ ଏମ୍ସ ଡାକ୍ତର ପ୍ୟାନେଲ ଫାଇନାଲ ମିଟିଂ କରିବେ। ଏହି ବୈଠକରେ ସୁଶାନ୍ତଙ୍କ ବିସରା ଏବଂ ପୋଷ୍ଟମର୍ଟମ ରିପୋର୍ଟ ଉପରେ କଥାବର୍ତ୍ତା ହେବ। ଏମ୍ସ ଡାକ୍ତର ହିଁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଫାଇନାଲ ରିପୋର୍ଟ ଦେବେ।
ବିସରା ରିପୋର୍ଟରୁ ପର୍ଦ୍ଦାଫାଶ ହେବ ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି ନାହିଁ। ଏହି ରିପୋର୍ଟ ସୁଶାନ୍ତଙ୍କ ୨୦ ପ୍ରତିଶତ ବିସରା ଯାଞ୍ଚ ଉପରେ ପ୍ରସ୍ତୁତ କରାଯାଇଛି। ସୁଶାନ୍ତଙ୍କ ୮୦ ପ୍ରତିଶତ ବିସରା ମୁମ୍ବାଇ ପୋଲିସ ନିଜ ଯାଞ୍ଚରେ ବ୍ୟବହାର କରିଥିଲେ। ସୁଶାନ୍ତଙ୍କ ପରିବାରଙ୍କ କହିବାନୁସାରେ, ପୁଅ ସୁଶାନ୍ତ ସୁସାଇଡ୍ କରିନାହାନ୍ତି। ଏହା ଏକ ହତ୍ୟା ମାମଲା। ପରିବାର ଲୋକେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.