banner
Breaking

ଆଲିଆ ଭଟ୍ଟ ପାଳିବେ ନାହିଁ ଦୀପାବଳି।

0

ନିଜର ଦମ୍‌ଦାର ଅଭିନୟ ଏବଂ କ୍ୟୁଟ୍‌ନେସ୍‌ ପାଇଁ ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନଁା କରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ। କୌଣସି ନା କୌଣସି ଖବରକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। କେତେବେଳେ ସିନେମାକୁ ନେଇ ତ ଆଉ କେତେବେଳେ ନିଜ ପ୍ରେମ ସମ୍ପର୍କ ପାଇଁ। ହେଲେ ଏବେ ସେ ଦୀପାବଳି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏକ ରିପୋର୍ଟ ଅନୁସାରେ ଚଳିତବର୍ଷ ଆଲିଆ ଦୀପାବଳି ପାଳିବେ ନାହିଁ। କାରଣ ଏହି ସମୟରେ ସେ ଅଭିନୟରେ ବ୍ୟସ୍ତ ଥିବେ। ବର୍ତ୍ତମାନ ଆଲିଆ ବାପା ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ-୨’ରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଫିଲ୍ମର ଶୁଟିଂ କାର୍ଯ୍ୟ ଉଟିରେ ଚାଲୁ ରହିଛି। ‘ସଡ଼କ-୨’ରେ ଆଲିଆଙ୍କ ବ୍ୟତୀତ ବଡ଼ ଭଉଣୀ ପୂଜା ଭଟ୍ଟ, ସଞ୍ଜୟ ଦତ୍ତ ଏବଂ ଆଦିତ୍ୟ ରୟ କପୁରଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ୧୦ ଜୁଲାଇ ୨୦୨୦ରେ ରିଲିଜ୍‌ ହେବାର ରହିଛି।

Khansweb Solution Bhubaneswar

Leave A Reply

Your email address will not be published.